Below header

ବନକଲାଗି ନୀତିକୁ ନେଇ ତୁଟୁନି ବିବାଦ ! ମଳିନ ପଡିଲାଣି ଓଡିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ

ମହାପ୍ରଭୁଙ୍କ ବନକ ଲାଗି ନୀତିକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଆଜି ବନକ ଲାଗି ହେବ ନାଁ ନାହିଁ ତାହା ସ୍ପଷ୍ଟ ହୋଇନାହିଁ।ତେବେ ଗତକାଲି ବନକ ଲାଗି ହୋଇନାହିଁ ।ଶ୍ରୀମନ୍ଦିର ପ୍ରଶାସନ ଦତ୍ତ ମହାପାତ୍ର ସେବାୟତଙ୍କ ଉପରେ କି କାର୍ଯ୍ଯନୁଷ୍ଠାନ ଗ୍ରହଣ କରି କଣ ବିକଳ୍ପ ବ୍ଯବସ୍ଥା ଗ୍ରହଣ କରିଛି ନାଁ ଦତ୍ତ ମହାପାତ୍ର ସେବାୟତ ଆଜି ବନକ ଲାଗି କରୁଛନ୍ତି ତାକୁ ଅପେକ୍ଷା।

ପୁରୀ (କେନ୍ୟୁଜ): ମହାପ୍ରଭୁଙ୍କ ବନକ ଲାଗି ନୀତିକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଆଜି ବନକ ଲାଗି ହେବ ନାଁ ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦତ୍ତ ମହାପାତ୍ର ସେବାୟତ ଗୁରୁବାର ବନକ ଲାଗି କରିବା ଜିଦରେ ରହିଥିବାବେଳ ଦୀର୍ଘ ବର୍ଷ ହେଲା ବୁଧବାର ହୋଇ ଆସୁଥିବାରୁ ଗତକାଲି ବନକ ଲାଗି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଦେଇଥିଲା। ତେବେ ଗତକାଲି ବନକ ଲାଗି ହୋଇନାହିଁ ।ଶ୍ରୀମନ୍ଦିର ପ୍ରଶାସନ ଦତ୍ତ ମହାପାତ୍ର ସେବାୟତଙ୍କ ଉପରେ କି କାର୍ଯ୍ଯନୁଷ୍ଠାନ ଗ୍ରହଣ କରି କଣ ବିକଳ୍ପ ବ୍ଯବସ୍ଥା ଗ୍ରହଣ କରିଛି ନାଁ ଦତ୍ତ ମହାପାତ୍ର ସେବାୟତ ଆଜି ବନକ ଲାଗି କରୁଛନ୍ତି ତାକୁ ଅପେକ୍ଷା।

ସୂଚନାଯୋଗ୍ୟଯେ ନିଳାଦ୍ରୀ ବିଜେ ପରଠାରୁ ହୋଇନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ଶୃଙ୍ଗାର । ମଳିନ ପଡିଲାଣି ଓଡିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ। ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡ ଠାକୁରଙ୍କ ଶ୍ରୀମୁଖ ଦର୍ଶନ କରି ଧନ୍ୟ ହୋଇଥାନ୍ତି ଭକ୍ତ । ଶ୍ରୀଜିଉଙ୍କ ଶ୍ରୀମୁଖ ଟିକିଏ ଦର୍ଶନ ପାଇଗଲେ ଭକ୍ତ ହୋଇଥାଏ କୃତ୍ୟ କୃତ୍ୟ । ହେଲେ ବିବାଦ ପାଇଁ ଏବେ ସେହି କଳାଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇପାରୁନାହିଁ । ନିଳାଦ୍ରୀ ବିଜେକୁ ଆଜି ପୁରିଲାଣି ୨୬ ଦିନ । ବନକଲାଗି ନୀତି ହେବା ତ ଦୂରର କଥା । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ବଢିଚାଲିଛି ବିବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.