ମାନବ ସାଜିଲା ଦାନବ ! ହାତୀ ପିଠିରେ ନିଆଁ ଲଗାଇଦେଲେ ଲୋକେ, ଭିଡିଓ ଭାଇରାଲ
ହାତୀକୁ ନିଆଁ ମାଡ଼ । ହାତୀ ପିଠିରେ ନିଆଁ ଲଗାଇଦେଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ କିଛି ଦିନ ହେଲା ହାତୀପଲ ରହିଛନ୍ତି । ହାତୀ ଘଉଡାଇବାକୁ ନିଆଁ ମାଡ କରିଛନ୍ତି ଲୋକ ।

କରଞ୍ଜିଆ (କେନ୍ୟୁଜ): ଅମାନବୀୟ…ଅମାନୁଷିକ । ହାତୀକୁ ନିଆଁ ମାଡ଼ । ହାତୀ ପିଠିରେ ନିଆଁ ଲଗାଇଦେଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ କିଛି ଦିନ ହେଲା ହାତୀପଲ ରହିଛନ୍ତି । ହାତୀ ଘଉଡାଇବାକୁ ନିଆଁ ମାଡ କରିଛନ୍ତି ଲୋକ । ଏବେ ଏହି ଭିଡିଓ ଭାଇରାଲ ହେଉଛି। ଜଣେ ଯୁବକ ହାତୀ ପିଠିରେ ଦୁଇ ଦୁଇଥର ନିଆଁ ମାଡ କରିଛନ୍ତି । ପରେ ହୁତୁହୁତୁ ହୋଇ ନିଆଁ ଜଳୁଛି । ସମସ୍ତେ ଦେଖୁଥିଲେ ବି କେହି ବାରଣ କରୁନାହାନ୍ତି ।
ନିଆଁ ମାଡ ପରେ ଜୀବନ ବିକଳରେ ଦୌଡି ପଳାଉଛି ହାତୀ । ଘଟଣାକୁ ନେଇ ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି DFO । ଆବଶ୍ୟକ ପଡିଲେ ନିଆଁ ମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯିବ । ଗତ କିଛିଦିନ ହେଲା କରଞ୍ଜିଆ ବନଖଣ୍ଡରେ ୧୦୦ରୁ ଅଧିକ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀପଲ । ୩୫ରୁ ଅଧିକ ଘର ଭାଙ୍ଗିଲେଣି । ଗତକାଲି ଶୁକୃଳି ବ୍ଲକରେ ୭ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।