Below header

ରାଜ୍ୟରୁ ଆଜି ୪୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୪୭ ଜଣ ମୃତ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୪୮୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ କ୍ଵାରେଣ୍ଟୀନରୁ ୨୭୬୫ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ୨୦୮୭ ଜଣ ଥିବା ଜଣାଯାଇଛି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୮ ଲକ୍ଷ ୪୭ ହଜାର ୩୨୩ କୁ ବୃଦ୍ଧି ପାଇଥିବା ବେଳେ ଏମଧ୍ୟରୁ ଆକ୍ଟିଭ କେଶ ରହିଛି ୬୨ ହଜାର ୫୧୫ । ଏଯାବତ ରାଜ୍ୟରେ ୧ କୋଟି ୨୫ ଲକ୍ଷ ୯୦ ହଜାର ୩୬୩ ଜଣଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ସେ ମଧ୍ୟରୁ ୮ ଲକ୍ଷରୁ ଉର୍ଦ୍ଧ୍ବଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଗତ ୨୪ ଘଣ୍ଟାରେ ୮୫୧୬ ଜଣ ସୁସ୍ଥ ହୋଇଥିବା ବେଳେ ଏହି ସଂଖ୍ୟା ୭ ଲକ୍ଷ ୮୧ ହଜାର ୪୮୮କୁ ଛୁଇଁଛି । ଗତ ୨୪ ଘଣ୍ଟା ଭିତରେ ୪୭ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.