ପୋଲାଣ୍ଡ ଓପନରେ ସ୍ବର୍ଣ୍ଣ ପଦକ ହାସଲ କଲେ ବିନେଶ ଫୋଗାଟ, ଅଲମ୍ପିକ ପାଇଁ ପୂରା ଫିଟ୍

ଭାରତର ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍‌ ଶୁକ୍ରବାର ପୋଲାଣ୍ଡ ଓପନରେ ୫୩ କିଗ୍ରା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଫାଇନାଲରେ ୟୁକ୍ରେନ୍‌ର ଖ୍ରୀଷ୍ଟିନା ବେରେଜା ୮-୦ରେ ହରାଇ ବିଜୟ ହାସଲ କରିଛନ୍ତି।

୨୬ ବର୍ଷୀୟ ବିନେଶଙ୍କର ଚଳିତ ସିଜନରେ ଏହା ତୃତୀୟ ଟାଇଟଲ। ସେ ମାର୍ଚ୍ଚରେ ମାଟିୟୋ ପେଲିକୋନ୍ ଓ ଏପ୍ରିଲ୍‌ରେ ଏଶିଆ ଚାମ୍ପିୟଶିପ୍‌ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସୂଚନାଯୋଗ୍ଯ, ବିନେଶଙ୍କ ଲଗାତର ଭଲ ପ୍ରଦର୍ଶନରୁ ଜଣାପଡ଼ୁଛି ଯେ, ସେ ଅଲିମ୍ପିକ୍ ପାଇଁ ପୂରା ଫିଟ୍ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.