ଆଜି ବସିବ ଜିଏସଟି କାଉନସିଲ ବୈଠକ, କୋଭିଡ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ରହିଛି ଫୋକସ

ନୂଆଦିଲ୍ଲୀ(କେ ନ୍ୟୁଜ):  ଆଜି ବସିବ ଜିଏସଟି କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କୋଭିଡ ଅତ୍ୟାବଶ୍ୟକ ସାମଗ୍ରୀର ଟିକସ ଉପରେ ବିଚାର ହେବ । ଏହାସହ ବ୍ଲାକ ଫଙ୍ଗସ୍‌ ଔଷଧ ଓ ଚିକିତ୍ସା ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରାଯିବା ନେଇ ନିଷ୍ପତ୍ତି ନିଆଯିବ। କୋଭିଡ ଚିକିତ୍ସା ପାଇଁ ମନ୍ତ୍ରୀ ସ୍ତରୀୟ ସୁପାରିଶକୁ ବୈଠକରେ ବିଚାର କରାଯିବ । କୋଭିଡ୍‌ ସମ୍ପର୍କିତ ସାମଗ୍ରୀ ଉପରେ ଜିଏସ୍‌ଟି ହଟୁ। ୪୩ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଏହି ଦାବି ଉଠାଇଥିଲେ ବିଭିନ୍ନ ରାଜ୍ୟ।

ଟେଷ୍ଟିଂ କିଟ୍‌, ଅକ୍ସିଜେନ କନ୍‌ସନଟ୍ରେଟର, ଜୀବନ ରକ୍ଷାକୀର ଔଷଧ ଓ ଭ୍ୟାକସିନ ଉପରେ ଜିଏସ୍‌ି ଛାଡ ପାଇଁ ଦାବି ହୋଇଥିଲା। ଏଥିଲାଗି ଗଠନ ହୋଇଥିଲା ଏକ ମନ୍ତ୍ରୀସ୍ତରୀୟ ଗ୍ରୁପ। ଭର୍ଚୁଆଲ ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଯୋଗଦେବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.