ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୧୦୧୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତକାଲି ଅପେକ୍ଷା ଆଜି ୧୧୯ ଜଣ କମ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୧୧। ଗତକାଲି ଏହି ସଂଖ୍ୟା ଥିଲା ୧୧୩୦। କ୍ୱାରେଣ୍ଟିନରୁ ୫୯୧ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ୪୨୦ । ୧୮ ବର୍ଷ ଭିତରେ ଆଉ ୧୩୦ ଜଣ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୩୯ଜଣ ଆକ୍ରାନ୍ତ ରହିଛନ୍ତି। ସୁନ୍ଦରଗଡ଼ରୁ ୧୮୦, ସମ୍ବଲପୁରରୁ ୧୦୫, କଟକରୁ ୮୧ ଓ ମୟୂରଭଞ୍ଜରୁ ୭୧ଟି କେସ୍‌ ରହିଛି। ରାଜ୍ୟରେ କୋଭିଡ୍‌ ଆକ୍ଟିଭ୍‌ କେସ୍‌ ୭ହଜାର ୪୪୦କୁ ବୃଦ୍ଧି ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.