ତଳେ ପଡି କ୍ରାକ୍‌ ହୋଇଯାଇଛି କି ଆପଣଙ୍କ ସ୍ମାର୍ଟଫୋନ୍‌ ସ୍କ୍ରୀନ୍‌, ତେବେ ଘରେ ବସି ଏପରି ଫୋନକୁ କରନ୍ତୁ ଏକଦମ୍‌ ନୂଆ

ଆଜିିର ସମୟରେ ଆମେମାନେ ନିଜ ସ୍ମାର୍ଟଫୋନ୍‌ ପିଛା ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏମିତିରେ ଯଦି କେବେ ଫୋନ୍‌ ଆମ ହାତରୁ ଖସି ତଳେ ପଡିଯାଏ କିମ୍ବା କୌଣସି ଉଚ୍ଚ ସ୍ଥାନରୁ ଖସି ତଳେ ପଡିଯାଏ, ତାହେଲେ ତାର ରିପେୟାର କଥା ଭାବିଲେ ଆମ ମୁଣ୍ଡ ଗୋଲ ହୋଇଯାଏ। କାହିଁକିନା ମୋବାଇଲ ଥରେ ପଡି ଭାଙ୍ଗିଗଲେ ତାକୁ ସଜାଡିବା ବହୁତ କଷ୍ଟକର ହୋଇପଡେ। ତେଣୁ ଏମିତି ପରିସ୍ଥିତିରେ ଯଦି ଆପଣଙ୍କ ସ୍ମାର୍ଟଫୋନ୍‌ ଘରେ ଥିବା ପ୍ରଡକ୍ଟସରୁ ବିଲକୁଲ୍‌ ଠିକ ହୋଇପାରିବ, ତାହେଲେ ଭାବିଲ କେତେ ଭଲ ହେବ। ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ କିଛି ଏମିତି ଟ୍ରିକ୍ସ ବିଷୟରେ ଜଣାଇବୁ ଯାହା ସାହାଯ୍ୟରେ ଆପଣ ନିଜ ସ୍ମାର୍ଟଫୋନରେ ସ୍କ୍ରାଚ୍‌ ହୋଇଯାଇଥିବା ଡିସପ୍ଲେକୁ ଘରେ ବସି ଠିକ୍‌ କରିପାରିବେ।

ଯଦି ଆପଣଙ୍କ ସ୍ମାର୍ଟଫୋନ୍‌ ସ୍କ୍ରୀନ ଉପରେ କ୍ରାକ୍‌ ହୋଇଯାଇଛି,ତାହେଲେ ଆପଣ ନିଜ ବାଥରୁମରେ ରଖିଥିବା ଏକ ପ୍ରଡକ୍ଟରୁ ଏହାକୁ ଠିକ କରିପାରିବେ। ଆମେ ଆପଣଙ୍କୁ ଟୁଥପେଷ୍ଟ କଥା କହୁଛୁ। ଆପଣ ଟୁଥପେଷ୍ଟକୁ ବାସ୍‌ ନିଜ ଫୋନର ଡିସପ୍ଲେରେ ହୋଇଥିବା କ୍ରାକ୍‌ ଉପରେ ଲଗାଇବେ। ଏବଂ ଏହାକୁ ସାମାନ୍ୟ ରଗଡିବେ ଆଉ ତାପେ କିଛି ସମୟ ପାଇଁ ଏହାକୁ ଛାଡିଦେବେ। ତାପରେ କିଛି ସମୟ ପରେ, ଯେତେବେଳେ ଆପଣ କଟନ୍‌ ବା ତୁଳା ଦ୍ୱାରା ଟୁଥପେଷ୍ଟକୁ ସଫା କରିବେ ଦେଖିବେ ଆପଣଙ୍କ ଫୋନର କ୍ରାକ୍‌ ବହୁତ ମାତ୍ରାରେ ଠିକ୍‌ ହୋଇଯାଇଥିବ।

ଆଉ ଏକ ପ୍ରଡକ୍ଟ ଅଛି, ଯାହାଦ୍ୱାରା ଆପଣ ନିଜ ଫୋନରେ ହୋଇଥିବା କ୍ରାକକୁ ଠିକ୍‌ କରିପାରିବେ ତାହା ହେଉଛି ନେଲପଲିସ। ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ କ୍ରାକ ଉପରେ ନେଲପଲିସ ଲଗାଇବାକୁ ହେବ। ଏବେ ଏହାକୁ କିଛି ସମୟ ପାଇଁ ସୁଖିବାକୁ ଦିଅନ୍ତୁ ଏବଂ ଏହାପରେ ନେଲପଲିସକୁ କୌଣସି ଧାରୁଆ ରେଜର ବ୍ଳେଡ ଦ୍ୱାରା ଟାଣିକି ବାହାର କରିଦିଅନ୍ତୁ। ଏବେ ଏହି ପ୍ର୍ରୋସେସକୁ ପୁଣି ଥରେ ଧୋହରାଇ ଦିଅନ୍ତୁ। ଆପଣ ଦେଖିବେ ଯେ ଆପଣଙ୍କ ଫୋନରେ ଆସିଥିବା କ୍ରାକ୍‌ ବହୁତ ମାତ୍ରାରେ ଠିକ୍‌ ହୋଇଯାଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.