କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟାରେ ଆଉ ୩ହଜାର ୪୦୫ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ୫ ପ୍ରତିଶତକୁ ଖସିଲା କରୋନା ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ଆଉ ୩ହଜାର ୪୦୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଜିଟିଭିଟି ରେଟ୍‌ ରହିଛି ୫.୯୯ ପ୍ରତିଶତ। ଯାହାକି ଗତକାଲି ଥିଲା ୬.୩୩ ପ୍ରତିଶତ। ୨୪ଘଣ୍ଟାରେ ୫୬ହଜାର ୮୦୭ ଟେଷ୍ଟିଂ ହୋଇଥିବାବେଳେ ୩ହଜାର ୪୦୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୨୧ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ । ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, କଟକ ଓ ମୟୂରଭଞ୍ଜ। ଖୋର୍ଦ୍ଧାରୁ ସର୍ବାଧିକ ୫୦୦ ଆକ୍ରାନ୍ତ ହୋଇଛନ୍ତି ।


ଯାଜପୁରରୁ ୩୯୧, କଟକରୁ ୪୮୦, ଯାଜପୁରରୁ ୩୭୦, ବାଲେଶ୍ୱରରୁ ୨୯୬ ଓ ପୁରୀରୁ ୨୫୫ ନୂଆ କେସ୍‌ ରହିଛି। କେବଳ ଏହି ୫ ଜିଲ୍ଲାରୁ ୧ ହଜାର ୯୫୭ ରହିଛି କରୋନା କେସ୍‌ । ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୫୫ ହଜାର ୯୨୩ । ୩ହଜାର ୩୪୬କୁ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା। ରାଜ୍ୟରେ ରେଡ୍‌ ଜୋନ୍‌ କମୁଥିବାବେଳେ ଗ୍ରୀନ୍‌ ଜୋନ୍‌ ବଢୁଛି । ୭ ଜିଲ୍ଲା ରେଡ୍‌ ଜୋନରେ ଥିବାବେଳେ ୧୨ ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି। ସେହିପରି ୟେଲୋ ଜୋନରେ ଅଛି ୧୧ ଜିଲ୍ଲା । ପଜିଟିଭିଟି ରେଟ୍‌ରେ ଗ୍ରୀନ୍‌ ଜୋନ୍‌ରେ ୧୩ ଜିଲ୍ଲା ଓ ରେଡ୍‌ ଜୋନ୍‌ରେ ମଧ୍ୟ ୧୩ ଜିଲ୍ଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.