ବିଶ୍ୱବାସୀଙ୍କ ପାଇଁ ଭଲ ଖବର, କରୋନା ଭାଇରସ ବିରୋଧରେ ୯୦%ରୁ ଅଧିକ ସଫଳ ନୋଭାଭାକ୍ସ

ନୂଆଦିଲ୍ଲୀ (କେନ୍ୟୁଜ) : କରୋନାର ସହ ଲଢେଇ କରୁଥିବା ବିଶ୍ୱବାସୀଙ୍କ ପାଇଁ ଭଲ ଖବର । ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କରୋନା ଟିକା ଭାଇରସ ବିରୋଧରେ ୯୦ ପ୍ରତିଶତରୁ ଅଧିକ ସଫଳ ବୋଲି ଜଣାପଡ଼ିଛି । କରୋନାରେ ପୀଡ଼ିତ ହେଉଥିବା ଲକ୍ଷଣ ଥିବା ଲୋକଙ୍କ କ୍ଷେତ୍ରରେ ଏହା ୯୦ ଦଶମିକ ୪ ପ୍ରତିଶତ ସଫଳ ହେଉଥିବା କମ୍ପାନୀ ଦାବି କରିଛି । ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୩୦ ହଜାର ଲୋକ ସାମିଲ ହୋଇଥିଲେ ।

ଆମେରିକା ଓ ମେକ୍ସିକୋର ୧୧୯ଟି ସ୍ଥାନରେ ଏହାର ପରୀକ୍ଷା କରାଯାଇଥିଲା । କମ୍ପାନୀର ଏନଭିଏକ୍ସ-ସିଓଭି ୨୩୭୩ ପ୍ରୋଟିନ ଯୁକ୍ତ ଟିକା ମଧ୍ୟମ ଓ ସାଂଘିତକ କରୋନା ଲକ୍ଷଣ ବିରୋଧରେ ୧୦୦% ସଫଳ ବୋଲି କୁହାଯାଇଛି । ମୋଟାମୋଟି ଏହି ଟିକାର ସଫଳତାର ହାର ୯୦.୪ ପ୍ରତିଶତ । ଏହା ୬୫ ବର୍ଷ ଓ ଏହାଠାରୁ କମ ବୟସ୍କଙ୍କ କ୍ଷେତ୍ରରେ ଅଧିକ ଫଳପ୍ରଦ । ଟିକାର ଦୁଇଟି ଡୋଜ୍‌ ନେଲେ ଏହା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସହାୟକ ହେଉଛି । ସେହିପରି କରୋନାର ସବୁ ପ୍ରକାରର ଷ୍ଟ୍ରେନ ବିପକ୍ଷରେ ଏହା ଲେଇଇ କରିବାକୁ ସକ୍ଷମ ବୋଲି କମ୍ପାନୀ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.