କେନ୍ଦୁଝର: ଘର ଲୋକ ଛୁଇଁଲେନି ମୃତଦେହ, ଶେଷରେ ନାଏବ ସରପଞ୍ଚ ଓ ଓ୍ଵାର୍ଡ ମେମ୍ବର ମିଶି କଲେ ସତ୍କାର

କେନ୍ଦୁଝର : ଘର ଲୋକ ଛୁଇଁଲେନି । ଓ୍ଵାର୍ଡମେମ୍ବର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ସତ୍କାର କଲେ ନାଏବ ସରପଞ୍ଚ । କେନ୍ଦୁଝର ଜିଲ୍ଲା ଶୁଆକାଟି ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ପ୍ରହ୍ଲାଦ ସେଠୀ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇ ସଙ୍ଗରୋଧରେ ଚିକିତ୍ସିତ ହେଉଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇଥିବାରୁ ପରିବାର ଲୋକ ମୃତଦେହକୁ ଛୁଇଁଲେନି । ସେହି ଅଞ୍ଚଳର ନାଏବ ସରପଞ୍ଚ, ଓ୍ଵାର୍ଡ ମେମ୍ବର ଓ କିଛି ଲୋକଙ୍କୁ ନେଇ ବିଡିଓ ଓ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ସତ୍କାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.