ପୋଲିସର ଆହ୍ଵାନ ପରେ ଆତ୍ମସମର୍ପଣ କଲେ କରୋନା ସଂକ୍ରମିତ ମାଓ ଦମ୍ପତି

ମାଲକାନଗିରି(କେନ୍ୟଜ୍): ପୋଲିସର ଆହ୍ଵାନ ପରେ ଆତ୍ମସମର୍ପଣ କଲେ କରୋନା ସଂକ୍ରମିତ ମାଓ ଦମ୍ପତି । ଛତିଶଗଡ଼ର କାଙ୍କେର ଏସପିଙ୍କ ନିକଟରେ ଆଜି ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଉତ୍ତର ବସ୍ତର ମାଓ ସଙ୍ଗଠନ ସଦସ୍ୟ ଅର୍ଜୁନ ତାତି ଓ ମାଓ ନେତ୍ରୀ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ଏମାନେ କରୋନା ସଂକ୍ରମିତ ହୋଇଛନ୍ତି ।

ଚିକିତ୍ସା ପାଇଁ ସେମାନଙ୍କୁ କାଙ୍କେର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ସଂଗଠନରେ ଅସୁସ୍ଥ ହୋଇ ଜଙ୍ଗଲରେ ଘୁରି ବୁଲୁଥିଲେ ମାଓ ଦମ୍ପତି । ବସ୍ତର ଆଇଜି କରୋନା ସଂକ୍ରମିତ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ଵାନ ଦେବା ପରେ ଏମାନେ ସଂଗଠନ ହାତ ଛାଡ଼ିଛନ୍ତି । ଏମାନଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ବାହାରିଛି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.