Below header

ତାରକ ମେହେତା କା ଉଲଟା ଚଷମାର ବିବିତା ଜୀଙ୍କ ବିରୁଦ୍ଧରେ ଦିଆଗଲା FIR, ଜାଣନ୍ତୁ ପୁରା ଘଟଣା

ଟିଭି ପରଦାରେ ନଜର ଆସୁଥିବା ସୁପରହିଟ କମେଡି ସୋ ତାରକ ମେହେତା କା ଉଲଟା ଚଷମା ର ବିବିତା ଜୀ ପୁଣି ଥରେ ଏବେ ଚର୍ଚ୍ଚାରେ ।
ବବିତା ଜିଙ୍କ ପ୍ରକୃତ ନାମ ମୁନମୁନ ଦତ୍ତା । ଏବେ ତାଙ୍କ ବିରୁଦ୍ଧରେ କିଛି ଖବର ସାମ୍ନାକୁ ଆସିଛି । ତାଙ୍କ ବିରୁଦ୍ଧରେ ହରିୟାଣାର ହାଂସୀରେ ଏକ FIR ଦିଆଯାଇଛି । ଯାହା ତାଙ୍କ ରିସେଣ୍ଟ ଭିଡିଓ ପୋଷ୍ଟକୁ ଦେଖି କରାଯାଇଛି ।

4
pc: Koimoi

ମୁନମୁନ ତାଙ୍କ ରିସେଣ୍ଟ ଭିଡିଓରେ ୟୁଟୁବ ଭିଡିଓ ପୋଷ୍ଟକୁ ନେଇ କିଛି ଖବର ତାଙ୍କ ଦର୍ଶକଙ୍କ ସାମ୍ନରକୁ ଆଣିଥିଲେ । ଏହାକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ଅସନ୍ତୋଷ ଜାହିର କରିଥିଲେ । ଏହି ଭିଡିଓରେ ମୁନମୁନ ଜାତି ବିରୁଦ୍ଧରେ ଏମିତି ଏକ ଶବ୍ଦ ବ୍ୟବହାର କରିଥିଲେ ଯାହାକୁ ନେଇ ସେ ଏବେ ସୋସିଆଲ ମିଡିଆରେ ଅନେକ ଆକ୍ଷେପର ସାମ୍ନା କରୁଛନ୍ତି ।ତେବେ ଏହାକୁ ନେଇ ମୁନମୁନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି । ଏଥିାପାଇଁ ଏକ ନୋଟ ସେ ପୋଷ୍ଟ କରିଛନ୍ତି । ଦେଖନ୍ତୁ ଏହି ପୋଷ୍ଟ..

ନ୍ୟାସନାଲ ଅଲାୟଂସ ଫର ଦଳିତ ହ୍ୟୁମାନ ରାଇଟ୍ସର ସଂଯୋଜକ ରଜତ କଲସେନଙ୍କ କହିବା ଅନୁଯାୟୀ, ଅଭିନେତ୍ରୀ ଜଣଙ୍କର ଅନେକ ଫଲୋର୍ସ ଅଛନ୍ତି । ତେଣୁ ସେ ଏହି ଶବ୍ଦର ବ୍ୟବହାର ଆମକୁ ନୀଚ ଦେଖାଇବା ପାଇଁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.