ବାଲେଶ୍ବର: ରେମୁଣା ତହସିଲ ଅଫିସରେ ଅଗ୍ନିକାଣ୍ଡ, ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ସବୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର

ବାଲେଶ୍ବର(କେନ୍ୟଜ୍): ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ସବୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର । ପରେ ଅଗ୍ନିଶମ ବିଭାଗ  ଖବର ପାଈ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା । ଆଜି ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ଭାବେ କମ୍ପ୍ୟୁଟର ସେକ୍ସନ ଜଳି ପୋଡ଼ି ପାଉଁଶ ହୋଇଯାଇଛି ।

ପ୍ରଥମେ ଝରକା ଦେଇ ଧୂଆଁ ବାହାରିବା ଦେଖି ସ୍ଥାନୀୟ କର୍ମଚାରୀ ପାଟି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲ । ତହସିଲ କାର୍ଯ୍ୟାଳୟର କେବଳ କମ୍ପ୍ୟୁଟର ସେକ୍ସନ ସଂପୂର୍ଣ୍ଣ ଜାଳି ଯାଇଥିବା ବେଳେ  କୌଣସି କାରଣ ବଶତଃ ଏସିରୁ ନିଆଁ ନିର୍ଗତ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ କେବଳ କମ୍ପ୍ୟୁଟର ନୁହଁ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡି ଯାଇଥିବା ଜଣାପଡିଛି । ଶେଷରେ ଘଟଣାସ୍ଥଳ ରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସମର୍ଥ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.