ଭ୍ୟାକସିନ ନେବା ପୂର୍ବରୁ ଓ ପରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ, ରିପୋର୍ଟରେ ପ୍ରକାଶ

କରୋନା ମହାମାରୀ କବଳରେ ଏବେ ସାରା ଦୁନିଆ । ଏବେ ପର୍ଯ୍ୟନ୍ତ ଅନେକ ଲୋକ ନିଜ ଜୀବନ ମଧ୍ୟ ହାରିସାରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏ ମହାମାରୀ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । କେବଳ ଭ୍ୟାକସିନ ବାହାରିଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ଭ୍ୟାକସିନ ନେବା ପୂର୍ବରୁ ଆମକୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ।ଏହାକୁ ନେବା ପରେ କେଉଁ ନିୟମ ପାଳନ କରିବାକୁ ହେବ ଚାଲନ୍ତୁ ସେ ସଂପର୍କରେ ଜାଣିବା ।

ଭ୍ୟାକସିନ ନେବା ପୂର୍ବରୁ ଓ ନେବା ପରେ ମଦ ପିିଇବା ଉଚିତ ନୁହେଁ । ଏହାକୁ ନେଇ ଉପୁଜୁଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ସିନିୟର ଫିଜିିସିଆନ ଓ କାର୍ଡିଓଲୋଜିଷ୍ଟ ଡାକ୍ତର କେ.କେ ଅଗ୍ରୱାଲ । ଏଥିପାଇଁ ଏକ ଭିଡିଓ ଜାରି କରିଛନ୍ତି । ଏବେ ସରକାର ୧୮ ରୁ ୪୪ ବଷୟ ବ୍ୟକ୍ତିଙ୍କ ପାଇଁ ଭ୍ୟାକସିନର ବ୍ୟବସ୍ଥା କରିଛନ୍ତି । ଏହି ବୟସ ସୀମା ମଧ୍ୟରେ ଥିବା ଯୁବଗୋଷ୍ଠୀ ପ୍ରାୟ ମଦ ତଥା ନିଶା ଦ୍ରବ୍ୟ ସେବନ କରିଥାନ୍ତି । ଭ୍ୟାକସିନ ନେବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଦେଖନ୍ତୁ ଏହି ଭିଡିଓ..

ଖାଲିପେଟରେ ଭ୍ୟାକସିନ ନେବା ଉଚିତ ନୁହେଁ । ଏହାକୁ ନେବା ପୂର୍ବରୁ ଭଲ ନିଦ ହେବା ସହ ଉତ୍ତମ ଖାଦ୍ୟ ଖାଇବା ଉଚିତ । ପାଣି ପିଇବା ଦ୍ୱାରା ଏହା ଶରୀରକୁ ହାଇଡ୍ରେଟ ରଖିଥାଏ । ଯାହା ଭ୍ୟାକସିନ ନେବା ସମୟରେ ଆମକୁ ଧୈର୍ଯ୍ୟ ଦେଇଥାଏ । ବ୍ୟକ୍ତିକୁ ମାନସିକ ଭାବେ ପ୍ରସ୍ତୁତ ହେବା ଏଥିପାଇଁ ଆବଶ୍ୟକ । ଏହାସହ ମଦ ଉପରେ ମଧ୍ୟ ରୋକ ଲଗାଯିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.