ରାଜ୍ୟରେ ୧୦ ପ୍ରତିଶତ ତଳକୁ ଖସିଲା କରୋନା ପଜିଟିଭିଟି ରେଟ୍‌

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ୧୦ ପ୍ରତିଶତ ତଳକୁ ଖସିଲା କରୋନା ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ରହିଛି ୯.୭୨ ପ୍ରତିଶତ । ୭୧ ହଜାର ୯୭୩ ଟେଷ୍ଟିଂ ହୋଇଥିବାବେଳେ ୭ ହଜାର ୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ ୧୫ ଦିନରେ ଦୈନିକ ୧୧ ହଜାର ୨୧୪ ଟେଷ୍ଟିଂ ବଢିଥିବା ବେଳେ ୫ ହଜାର ୮୫୦ ପଜିଟିଭ୍‌ ସଂଖ୍ୟା କମ୍‌ ରହିଛି। ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଟପ୍‌ ୫ ଜିଲ୍ଲାରେ ଅଛନ୍ତି ଖୋର୍ଦ୍ଧା, କଟକ, ଯାଜପୁର ଅନୁଗୁଳ ଓ ମୟୂରଭଞ୍ଜ । ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଟକରୁ ୭୭୧, ଯାଜପୁରରୁ ୪୮୬, ଅନୁଗୁଳରୁ ୩୮୮ ଓ ମୟୂରଭଞ୍ଜରୁ ୩୭୦ ନୂଆ କେସ୍‌ ରହିଛି । କେବଳ ଏହି ୫ ଜିଲ୍ଲାରୁ ୩ ହଜାର ୧୮୨ ରହିଛି କରୋନା କେସ୍‌ । ୯ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। କନ୍ଧମାଳରୁ ମାତ୍ର ୩ ଜଣ ନୂଆ ପଜିଟିଭ୍‌ ରହିଛନ୍ତି। ରାଜ୍ୟରେ ରେଡ ଜୋନ୍‌ରେ ରହିଛି ୧୨ ଜିଲ୍ଲା । ଗ୍ରୀନ୍‌ ଜୋନ୍‌ରେ ୮ ଓ ୟେଲୋ ଜୋନ୍‌ରେ ରହିଛି ୧୦ ଜିଲ୍ଲା। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୭୮ ହଜାର ୩୧ ରହିଛି। ମୋଟ ମୃତ୍ୟୁସଂଖ୍ୟା ୨୯ ଶହ ୯୪କୁ ବୃଦ୍ଧି ପାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.