Below header

ଯାଜପୁର: ୩ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଆଜି ଚଢ଼ାଉ କରି କାର ସହ ୩ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ଏଥିସହ ଏଥିରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏମାନେ ସର୍ବଦା ଚୋରାରେ ଦେଶୀ ରନ୍ଧା ମଦ ଆଣି ଧର୍ମଶାଳା, ବଡ଼ଚଣା ଓ ବାଲିଚନ୍ଦ୍ରପୁର ଥାନାର ବିଭିନ୍ନ ଅଞ୍ଚଳରେ ବୁଲି ମଦ ବେପାରୀ ମାନଙ୍କୁ ବିକ୍ରି କରିଥାନ୍ତି ।

ପୋଲିସ ଦୀର୍ଘ ଦିନ ହେଲା ଏମାନଙ୍କ ପିଛା କରୁଥିଲା । ତେବେ ଆଜି ଏମାନେ ଏକ କାରରେ ବ୍ଲାଡରରେ ଭର୍ତ୍ତି ଦେଶୀ ମଦ ଆଣି ଏହି ଥାନା କାଏମା ଅଞ୍ଚଳରେ ବିକ୍ରି କରୁଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । କାର ସମେତ ୩ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.