Below header

ଦୁର୍ଘଟଣାରେ ଓଡିଆ ବିଏସ୍‌ଏଫ୍‌ ଯବାନଙ୍କ ମୃତ୍ୟୁ

ବଲାଙ୍ଗୀର(କେ ନ୍ୟୁଜ):  ଦୁର୍ଘଟଣାରେ ବିଏସ୍‌ଏଫ୍‌ ଓଡିଆ ଯବାନଙ୍କ ମୃତ୍ୟୁ  । ଯବାନଙ୍କୁ ନେଇ ଗୌହାଟିରୁ ନିୟୁକୁଞ୍ଜ ବିହାର ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖସିପଡିଥିଲା ଗାଡି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଓଡ଼ିଆ ଯବାନ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ତୁଷ୍ଟା ପାଲି ଗାଁର ଥବିର ବୁଡେକ୍‌ ।

ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆସନ୍ତା କାଲି ଥବିରଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିକୁ ଆସିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବ ବୋଲି ସୂଚନା ମିିଳିଛି । ଘରେ ଥବିରଙ୍କ ପତ୍ନୀ ଏବଂ ଦୁଇ ପିଲା ଥିବା ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.