ସବୁଠୁ ଶସ୍ତା କରୋନା ଟିକା ହେବ କର୍ବେଭାକ୍ସ, ମାତ୍ର ୫୦୦ ଟଙ୍କାରେ ମିଳିପାରେ ୨ ଟି ଡୋଜ୍‌

ନୂଆଦିଲ୍ଲୀ :  ଦେଶରେ ଗୋଟିଏ ପରେ ଗୋଟିଏ କରୋନା ଟିକା ବିକଶିତ ହେବାରେ ଲାଗିଛି । ହେଲେ ଏହି ଟିକା ମଧ୍ୟରେ ସବୁଠୁ ଶସ୍ତା ଟିକା ପ୍ରସ୍ତୁତ କରିବାକୁ ଯାଉଛି ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ ଇ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ଟିକା କର୍ବେଭାକ୍ସ । ଏହା ଦେଶର ସବୁଠୁ ଶସ୍ତା ଟିକା ହେବ ବୋଲି ଆଶା କରାଯାଉଛି । ଏହି ୨ଟି ଡୋଜ୍‌ ଟିକାର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ହେବ ବୋଲି ଆଶା କରାଯାଉଛି ।

ତେବେ ଏପର୍ଯ୍ୟନ୍ତ ଟିକାର ମୂଲ୍ୟ ସ୍ଥିର କରାଯାଇନାହିଁ । ଏହି ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ଏବଂ ଏହା ଜରୁରୀକାଳୀନ ବ୍ୟବହାର ପାଇଁ ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ରହିଛି । ଉକ୍ତ ଟିକା କିଣିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କମ୍ପାନି ସହ ଆଗୁଆ ରାଜିନାମା ମଧ୍ୟ କରିସାରିଛି । ସରକାର କମ୍ପାନି ଠାରୁ ୩୦ କୋଟି ଟିକା କିଣିବେ ବୋଲି ଜଣାପଡ଼ିଛି ।

ଅକ୍ସଫୋର୍ଡ-ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ କୋଭାସିଲ୍ଡ ଟିକାର ୨ଟି ଡୋଜ୍‌ ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୬୦୦ ଟଙ୍କା ରଖିଥିବା ବେଳେ ଘରୋଇ ହସ୍ପିଟାଲଙ୍କ ପାଇଁ ୧୨୦୦ ଟଙ୍କା ରଖିଛି । ସେହିପରି ଭାରତ ବାୟୋଟେକ୍‌ ପ୍ରସ୍ତୁତ ଟିକା କୋଭାକ୍ସିନ୍‌ ୨ ଟି ଡୋଜ୍‌ର ମୂଲ୍ୟ ସରକାରଙ୍କ ପାଇଁ ୮୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୨୪୦୦ ଟଙ୍କା ରଖିଛି ।

ଋଶ ନିର୍ମିତ ଟିକା ସ୍ପୁଟ୍‌ନିକ ଟିକା ଗୋଟିଏ ଡୋଜ୍‌ ପିଛା ମୂଲ୍ୟ ୯୯୫ ଟଙ୍କା ରଖିଛି । ସେହି ତୁଳନାରେ ଯଦି କର୍ବେଭାକ୍ସ ଟିକା କଥା ବିଚାର କରାଯାଏ ଏହା ସବୁଠୁ ଶସ୍ତା ଟିକା ହେବ ବୋଲି ଆଶାକରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.