କୋଟିଆ ପରେ ଏବେ ଗଜପତିର ସୀମାନ୍ତ ଉପରେ ଆନ୍ଧ୍ରର ଆଖି, ୪୦ରୁ ଅଧିକ ଶ୍ରମିକ ଲଗାଇ ଖୋଳୁଛନ୍ତି ପୋଖରୀ

ଗଜପତି(କେ ନ୍ୟୁଜ): ପୋଖରୀ ଖୋଳାକୁ ନେଇ ଓଡ଼ିଶା- ଆନ୍ଧ୍ର ମଧ୍ୟରେ ବିବାଦ। କୋରାପୁଟର କୋଟିଆ ଉପରେ ଆଖି ପରେ ଏବେ ଗଜପତିର ସୀମାନ୍ତ ଉପରେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ଆଖି। ଗଜପତିର ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁର ଓ ନୁଆଁ ବାରଘର ଅଞ୍ଚଳରେ ଲାଗି ରହିଛି ଉତ୍ତେଜନା । ଗତ ସାତଦିନ ଧରି ଆନ୍ଧ୍ର ସରକାର ମାଣିକପାଟଣା ମୌଜାରେ ଥିବା ଚମ୍ପାପୁରୁ ଗାଁରେ ମନରେଗା ଯୋଜନାରେ ପୋଖରୀ ଖୋଳିବା ଆରମ୍ଭ କରିଥିବା ନେଇ ରିପୋର୍ଟ ଆସିଛି । ଏହି କାମରେ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ସୀଙ୍ଗିପୁରୁର ୪୦ରୁ ଅଧିକ ଶ୍ରମିକ କାମ କରୁଛନ୍ତି । ଓଡ଼ିଶା ସୀମା ଭିତରେ ଆନ୍ଧ୍ରର ପୋଖରୀ ଖୋଳାକୁ ବିରୋଧ କରିଛି ଜିଲ୍ଲା ପ୍ରଶାସନ।

ସେହିପରି ନୁଆଁ ବାରଘର ଗାଁରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଳା ଯାଉଥିବା ପୋଖରୀକୁ ମଞ୍ଜୁଷା ମଣ୍ଡଳର କୋଣ୍ଡାମେଡା ଗ୍ରାମବାସୀ ବିରୋଧ କରିଛନ୍ତି। ଉଭୟ ସ୍ଥାନରେ ବିବାଦ କିଛି ଦିନ ହେଲା ଲାଗି ରହିଥିବାରୁ ସମାଧାନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପ୍ରଶାସନକୁ ଅନୁରୋଧ କରିଥିଲା। କିନ୍ତୁ ସେଠାରେ ଗଜପତି ଜିଲ୍ଲା ପ୍ରଶାସନ ପହଞ୍ଚି ଥିବା ବେଳେଆନ୍ଧ୍ରର କୈାଣସି ଅଧିକାରୀ ପହଞ୍ଚିନଥିଲେ। ଏହାକୁ ନେଇ ଗାଁଗୁଡ଼ିକରେ ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.