କରୋନାକୁ ନେଇ ଆତଙ୍କ: ବିଦେଶ ଗସ୍ତରୁ ଫେରି ସ୍ୱାସ୍ଥ୍ୟ ବିଭାଗକୁ ନ ଜଣାଇଲେ ବିଭାଗକୁ ଅବଗତ ନକଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଯେଉଁ ବ୍ୟକ୍ତିମାନେ ବିଦେଶରୁ ଫେରୁଛନ୍ତି ଏବଂ ସ୍ବାସ୍ଥ୍ୟ ବିଭାଗକୁ ସେମାନଙ୍କ ଗସ୍ତ ବିଷୟରେ ସୂଚନା ଦେଉ ନାହାନ୍ତି କିମ୍ବା ଲୁଚୁଛନ୍ତି, ତେବେ ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏପରିକି ଦରକାର ପଡ଼ିଲେ ଗିରଫ ମଧ୍ୟ କରାଯିବ। ରାଜ୍ୟ ସରକାର ଖୁବଶୀଘ୍ର ୧୮୯୭ ମସିହା ଏପିଡେମିକ୍ ଆଇନ ରାଜ୍ୟରେ କାର୍ଯ୍ୟକାରୀ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିବେ। କେରଳ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରି ସାରିଥିବାବେଳେ ରାଜ୍ୟରେ କରୋନା(କୋଭିଡ୍‌-୧୯) ସଂକ୍ରମଣକୁ କଡ଼ାକଡ଼ି କରିବା ଲାଗି ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ଜଣାପଡିଛି।

coronaଗତକାଲି ଲୋକସଂପର୍କ ଭବନରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଥିଲେ କି, ୧୧୦ଟି ଦେଶରେ କରୋନା ବ୍ୟାପିଥିବା ବେଳେ ୧ଲକ୍ଷ ୨୧ହଜାର ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ଦେଶର ୭ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ୬୦ଜଣ କରୋନା ପିଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଚୀନ୍, ହଂକଂ, କୋରିଆ, ଇଟାଲି, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍‌ସ, ଜର୍ମାନି, ଆମେରିକା ଓ ଇଂଲଣ୍ଡ ଭଳି ଦେଶରୁ ଯେଉଁ ଲୋକମାନେ ଫେରୁଛନ୍ତି ସେମାନେ ଅତିକମ୍‌ରେ ୧୪ଦିନ ନିଜେ କ୍ବାରାଣ୍ଟାଇନ୍‌ରେ ରହିବା ଜରୁରୀ। ଯଦି ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଏଭଳି ସୁବିଧା ନାହିଁ ସେମାନେ ସ୍ବାସ୍ଥ୍ୟ ବିଭାଗର କଣ୍ଟ୍ରୋଲ ରୁମ୍‌କୁ ଜଣାଇଲେ ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ବାରାଣ୍ଟାଇନ୍‌ର ସୁବିଧା ଯୋଗାଇ ଦିଆଯିବ।

coronaସୂଚନାଥାଉକି, ନିକଟରେ ଇଟାଲିରୁ ଜଣେ ଉଚ୍ଚଶିକ୍ଷିତା ଯୁବତୀ କଟକକୁ ଫେରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗକୁ ଏନେଇ କୌଣସି ସୂଚନା ଦେଇନଥିଲେ। ସେହିପରି କିଛିଦିନ ପୂର୍ବରୁ ଆୟର୍ଲାଣ୍ଡର ଜଣେ ବ୍ୟକ୍ତି ଏସ୍‌ସିବି ମେଡିକାଲକୁ ଖସିଯିବାରେ ସକ୍ଷମ ହୋଇଥିଲେ। ତେଣୁ ଏସବୁର ଆଗକୁ ଯେପରି ପୁନରାବୃତ୍ତି ନ ହେଉ ସେ ଦୃଷ୍ଟିରୁ ରାଜ୍ୟରେ ଏଭଳି ଆଇନକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ଆଇନ କାର୍ଯ୍ୟକାରୀ ହେଲେ ଡିଏମ୍‌ଇଟି, ଜନସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟସେବା ନିର୍ଦେଶକ ରାଜ୍ୟ ସ୍ତରରେ ଓ ଜିଲ୍ଳାପାଳ ଏବଂ ସିଡିଏମ୍‌ଓମାନଙ୍କୁ ଏହାର କ୍ଷମତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.