ଜିଆରଏସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ : ବିଡିଓ-ହିତାଧିକାରୀ ମୁହାଁମୁହିଁ

ଯାଜପୁର : ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କୁ ବିଡିଓଙ୍କ ଦୁର୍ବ୍ଯବହାର ଅଭିଯୋଗ । ଫଳରେ ହିତାଧିକାରୀ ଓ ବିଡିଓଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଡିଓଙ୍କୁ ଘେରାଉ କରିବା ସହ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ହିତାଧିକାରୀ । ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକରେ । ପଥରପଦା ପଂଚାୟତର ଜିଆରଏସ୍ ସସ୍ମିତା ବେହେରା ମନରେଗା ଅର୍ଥ ହଡପ୍ କରିଥିବା ଜଣାପଡିବା ପରେ ହିତାଧିକାରୀମାନେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ ।

ଏଥିସହ କୋରେଇ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ବିଡିଓ ଅଭିଯୋଗ ନ ଶୁଣି ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି । ଜିଆରଏସ୍ ଓ ବିଡିଓଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ହିତାଧିକାରୀ ଦାବି କରିଛନ୍ତି । ନଚେତ ଆଗକୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଅଭିଯୋଗକୁ ବିଡିଓ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.