ବରଗଡ଼ ଝାରବନ୍ଧ ତହସିଲଦାରଙ୍କ ନାଁରେ ସାଂଘାତିକ ଅଭିଯୋଗ, ବିଭାଗ ତରଫରୁ ତଦନ୍ତ ଆରମ୍ଭ

ବରଗଡ଼ (କେନ୍ୟୁଜ୍‌) : ତହସିଲଦାରଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ପଥରକ୍ୱାରୀ ମାଲିକ । ବରଗଡ ଜିଲ୍ଲା ଝାରବନ୍ଧ ତହସିଲଦାରଙ୍କ ବିରୁଦ୍ଧରେ ଏହି ଅଭିଯୋଗ ହୋଇଛି । ଲହୁଣୀଧରା ଠାରେ ଥିବା ଜଣେ ପଥରକ୍ୱାରୀ ମାଲିକ ଅଜୟ ସାହୁଙ୍କ ଠାରୁ ଝାରବନ୍ଧ ତହସିଲଦାର କୁଆଡ଼େ ବଟି ମାଗିଥିଲେ । ଏହା ସହିତ ଛତିଶଗଡ଼ ରାୟପୁର ଜଙ୍ଗଲ ସଫାରୀ ବୁଲିବା ପାଇଁ ତାଙ୍କ ଅଫିସ୍‌ର ସମସ୍ତ କର୍ମଚାରୀଙ୍କୁ ନେବା ପାଇଁ ବାଧ୍ୟ କରିଥିଲେ । ଅଜୟ ସାହୁ ମଧ୍ୟ ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀମାନଙ୍କୁ କୁଆଡ଼େ ଜଙ୍ଗଲ ସଫାରୀ ବୁଲାଇ ନେଇଥିଲେ । ଯାହା ବାବଦରେ ପ୍ରାୟ ୯୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ।
ଏକଥା ସେ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ।

ଏହା ସହ ତହସିଲଦାର ବିଭିନ୍ନ ସମୟରେ ମୋଟା ଅଙ୍କର ଟଙ୍କା ନେଇଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି । ଛତିଶଗଡ ରାଜ୍ଯରେ ମୌଜ କରୁଥିବା ଫଟୋ ସହ ହୋଟେଲ ବିଲ୍‌ ମଧ୍ୟ ଦେଖାଇଛନ୍ତି ଅଜୟ । ଆହୁରି ମଧ୍ୟ ସେ୧୮ ହଜାର ଟଙ୍କାର ଚଷମା କିଣି ଦେଇଥିବା ସାମ୍ବାଦିକମାନଙ୍କୁ ଦେଖାଇଛନ୍ତି । ଲହୁଣିଧରାରେ ଥିବା ପଥର କ୍ୱାରୀକୁ ଚଳାଇବା ପାଇଁ ତହସିଲଦାର ମାଡାମ୍‌ ଅଜୟ ସାହୁଙ୍କୁ ହଇରାଣ କରୁଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ।
ତେବେ ଏଭଳି ସାଂଘାତିକ ଅଭିଯୋଗ ପରେ ଆମେ ତହସିଲଦାର ସୀମା ସବିତା କୁଲୁଙ୍କୁ ବାରମ୍ବାର ଫୋନରେ ଯୋଗାଯୋଗ କରିଥିଲୁ । ଏହି ଅଭିଯୋଗକୁ ନେଇ ସେ କଣ କହିବେ ବୋଲି ଜାଣିବାକୁ ଚାହିଁଥିଲୁ । ହେଲେ ସେ ଫୋନ୍‌ ଉଠାଇ ନଥିଲେ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଏ ବିଷୟରେ ଅବଗତ ଥିବା କହିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ଏବଂ ଦୋଷୀ ବିରୋଧରେ କାର୍ଯ୍ଯ।ନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ଅବଶ୍ୟ ଅଭିଯୋଗ ପଛର ସତ୍ୟତା କେତେ ଏବଂ ତହସିଲଦାର ପ୍ରକୃତରେ ଏଥିରେ ସଂପୃକ୍ତ ଅଛନ୍ତି ନା ନାହିଁ ତାର ଖୋଳତାଡ଼ ହେବା ଜରୁରୀ । ହେଲେ ଏଥିରେ ଦୋଷ ଥିଲେ ଉଭୟ ପକ୍ଷକୁ ଦଣ୍ଡିତ କରାଯିବା ଉଚିତ ପଦକ୍ଷେପ ହେବ । କାରଣ ଲାଞ୍ଚ ନେବା ଯେଭଳି ଅନ୍ୟାୟ, ଲାଞ୍ଚ ଦେବା ସେହିଭଳି ବେଆଇନ୍‌ କାମ । ଯାହା ହେବ ଏକ ଦୃଷ୍ଟାନ୍ତମୂଳକ ଶାସ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.