ବାରମ୍ବାର ଆସୁଥିବା ଗୁଗଲ କ୍ରୋମ ନୋଟିଫିକେସନରେ ବିରକ୍ତି ହେଉଛନ୍ତି କି ? ମାତ୍ର ୧୦ ସେକେଣ୍ଡରେ କରନ୍ତୁ ବନ୍ଦ

ଇଣ୍ଟରନେଟରେ ଅଧିକାଂଶ କାମ ଗୁଗଲ କ୍ରୋମ ବ୍ରାଉଜର ଦ୍ୱାରା ହୋଇଥାଏ।। ଅନେକ ଲୋକ ଗୁଗଲ ନୋଟିଫିକେସନ ଜରିଆରେ ଅପଡେଟ ରହିଥାନ୍ତି। ସମୟ ସମୟରେ େଓ୍ଵବସାଇଟର ନୂଆ ଆର୍ଟିକିଲ୍ସର ନୋଟିଫିକେସନ ଗୁଗଲ କ୍ରୋମରେ ମିଳିଥାଏ। କିନ୍ତୁ ବେଳେ ବେଳେ ଏତେ ନୋଟିଫିକେସନ ଆସିଥାଏ ଯେ, ଯେଉଁଥିପାଇଁ ସାଧାରଣ ଲୋକ ବିରକ୍ତି ଭାବ ପ୍ରକାଶ କରନ୍ତି। ଆଉ ଏହାକୁ କେମିତି ବନ୍ଦ କରିବେ, ତାହା ଜାଣିପାରନ୍ତି ନାହିଁ। ବାରମ୍ବାର ନୋଟିଫିକେସନ ଆସିବା ଫଳରେ ବିରକ୍ତି ଭାବ ପ୍ରକାଶ କରିବା ସହିତ ସମୟ ମଧ୍ୟ ବରବାଦ ହୋଇଥାଏ। କୌଣସି ଜରୁରୀ କାମକରିବା ସମୟରେ ହଠାତ୍‌ ନୋଟିଫିକେସନ ଆସିବା ଫଳରେ କାମ ବାଧାପ୍ରାପ୍ତ ହୋଇଥାଏ।

ତେବେ ଆସନ୍ତୁ ଜାଣିବା କେମିତି ବନ୍ଦ କରିବେ ଗୁଗଲ ନୋଟିଫିକେସନ:

– ପ୍ରଥମେ ଗୁଗଲକ୍ରୋମକୁ ଓପନ କରନ୍ତୁ।

– ତା’ ପରେ ଡାହାଣ ପାଖରେ ଥିବା ସେଟିଂ ଅପସନ ନଜର ଆସିବ।

– ତା’ ପରେ ପ୍ରାଇଭେସୀ ଏବଂ ସିକ୍ୟୁରିଟ ସେଟିଂକୁ ଯାଆନ୍ତୁ।

– ଯେଉଁଠାରେ ନୋଟିଫିକେସନ ଲେଖା ହୋଇଥିବ, ସେଥିରେ କ୍ଲିକ କରନ୍ତୁ।

– ତା’ ପରେ କଡରେ ଦେଖାଯାଉଥିବା ନୋଟିଫିକେସନକୁ ଟର୍ନ ଅଫ କରନ୍ତୁ।

– ଏହାପରେ ଆପଣଙ୍କ ପାଖକୁ ଆସୁଥିବା ସମସ୍ତ ନୋଟିଫିକେସନ ମିଳିବ ବନ୍ଦ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.