ଦିଲ୍ଲୀ: ବିନା ଅନୁମତିରେ ଲାଉଡସ୍ପିକର ବଜାଇଲେ ୧ ଲକ୍ଷ ଟଙ୍କା ଜରିମାନା

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏଣିକି ରାତି ସମୟ ଧ୍ୱନୀ ପ୍ରଦୂଷଣ କରିବା ଉପରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ । ଯଦି ବିନା ଅନୁମତିରେ କୌଣସି ବ୍ୟକ୍ତି ଲାଉଡସ୍ପିକର ବଜାନ୍ତି, ତା’ହେଲେ ଲକ୍ଷାଧିକ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ । ଡିଜି ସେଟ ପାଇଁ ଏହାର ଆକାର ଅନୁସାରେ ୧୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ । ଏଭଳି ସ୍ଥିତିରେ ସାମଗ୍ରୀ ସବୁ ଜବତ କରାଯାଇପାରେ । ଡିପିସିସି ସମସ୍ତ ସଂପର୍କିତ ବିଭାଗକୁ ଧ୍ୱନୀ ପ୍ରଦୂଷଣର ନୂଆ ଜରିମାନା ସଂପର୍କରେ ସୂଚନା ଦେଇଛି ଏବଂ ଏହା ତୁରନ୍ତ ଲାଗୁ କରିବାକୁ ଆଦେଶ ଦେଇଛି ।

ଡିପିସିସିର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ୨୦୨୦ରେ ସିପିସିବି ଧ୍ୱନୀ ପ୍ରଦୂଷଣକୁ ନେଇ ଏହି ଜରିମାନା ପ୍ରସ୍ତାବିତ କରିଥିଲା । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏହାକୁ ମଂଜୁରୀ ଦେଇଥିଲା । ଏହା ପରେ ଚଳିତ ବର୍ଷ ଏପ୍ରିଲରେ ସିପିସିବି ଏହି ପ୍ରସ୍ତାବକୁ ଲାଗୁ କରିବା ଲାଗି ନିଦ୍ଦେଶ ଜାରି କରିଥିଲା । ଏହା ପରେ ଡିପିସିସି ପୋଲିସ ଏବଂ ଅନ୍ୟ ସଂସ୍ଥାକୁ ଲାଗୁ କରିବାକୁ କହିଥିଲା ।

ଏହି ନିୟମ ଅନୁଯାୟୀ, ଏବେ ନିର୍ମାଣ କାମରେ ବ୍ୟବହୃତ ହେଉଥିବା ମେସିନ୍ ଗୁଡିକ ଯଦି ନିର୍ଦ୍ଧାରିତ ଶବ୍ଦ ଠାରୁ ଅଧିକ ଶବ୍ଦ କରିବ ତେବେ ୫୦ ହଜାର ଟଙ୍କା ଜରିମାନା ଗଣିବେ। ଏହା ସହ ଉପକରଣ ଗୁଡିକ ମଧ୍ୟ ସିଜ୍ ହୋଇଯିବ। ସେହିପରି ଯଦି କୌଣସି ବ୍ୟକ୍ତି ଭିଆଇପି ସ୍ଥାନରେ ବାଣ ଫୁଟାଇବ ତେବେ ଏକ ହଜାର ଟଙ୍କାର ଜରିମନାନା ଓ ସାଇଲେଣ୍ଟ ଜୋନରେ ବାଣ ଫୁଟାଇଲେ ୩ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ପବ୍ଲିକ୍ ରାଲି, ବିବାହ ବରଯାତ୍ରୀ, ଧାର୍ମିକ ଉତ୍ସବରେ ଯଦି ବାଣ ଫୁଟା ଯାଏଁ ତେବେ ୧୦ ହଜାର ଟଙ୍କାର ଜରିମାନା ଓ ସାଇଲେଣ୍ଟ ଜୋନରେ ଫୁଟାଇଲେ ଏହା ୩ ଗୁଣା ବଢି ୩୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ।

 

ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଅନୁଯାୟୀ,

-ରାତିରେ ଲାଉଡସ୍ପିକର କିମ୍ବା ପବ୍ଲିକ ଆଡ୍ରେସ୍ ସିଷ୍ଟମ ବ୍ୟବହାର କଲେ ଉପକରଣ ସିଜ୍ କରିବା ସହ ୧୦ ହଜାର ଟଙ୍କାର ଜରିମାନା।

-୧୦୦୦ କେବିଏର ଡିଜି ସେଟ୍‌ରୁ ହେଉଥିବା ପ୍ରଦୂଷଣ ପାଇଁ ଉପକରଣ ସିଜ୍ ହେବା ସହ ଏକ ଲକ୍ଷ ଟଙ୍କାର ଜରିମାନା।

-୬୨.୫ ରୁ ୧୦୦୦ କେବିଏ ଡିଜି ସେଟ୍‌ରୁ ହେଉଥିବା ପ୍ରଦୂଷଣ ପାଇଁ ଉପକରଣ ସିଜ୍ ସହ ୨୫ ହଜାର ଟଙ୍କାର ଜରିମାନା।

-୬୨.୫ କେବିଏ ଯାଏଁ ଡିଜି ସେଟ୍‌ରୁ ହେଉଥିବା ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କାର ଜରିମାନା।

-ନିର୍ମାଣଧିନ କାମରେ ବ୍ୟବହୃତ ହେଉଥିବା ମେସିନ୍‌ରୁ ହେଉଥିବା ପ୍ରଦୂଷଣ ପାଇଁ ଉପକରଣ ସିଲ୍ ସହ ୫୦ ହଜାର ଟଙ୍କାର ଜରିମାନା।

-ସାଇଲେଣ୍ଟ ଜୋନରେ ବାଣ ଫୁଟାଇଲେ ତିନି ହଜାର ଟଙ୍କାର ଜରିମାନା।

-ପବ୍ଲିକ ରାଲି, ବରଯାତ୍ରୀ, ବିବାହ ମହୋତ୍ସବ, ଧାର୍ମିକ ମହୋତ୍ସବ ସ୍ଥାନରେ ହେଉଥିବା ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କାର ଜରିମାନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.