ରାଜଧାନୀରୁ କୋଟିଏ ଟଙ୍କା ଗଞ୍ଜେଇ ଜବତ କଲା ଏସଟିଏଫ୍‌, ୩ ବେପାରୀ ଗିରଫ

ଭୁବନେଶ୍ବର: ରାଜଧାନୀରୁ କୋଟିଏ ଟଙ୍କା ଗଞ୍ଜେଇ ଜବତ । କମିଶନରେଟ ପୋଲିସର ସହାୟତାରେ ୩ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍‌ । ସେମାନଙ୍କ ନିକଟରୁ ୧ କୁଇଣ୍ଟାଲ ୩୩ କେଜି ଗଞ୍ଜେଇ ସହ ଏକ କାର ଜବତ ହୋଇଛି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ । ଖଣ୍ଡିଗରି ଛକରେ ନାଇଟ କର୍ଫ୍ୟୁ ସମୟରେ ଗଞ୍ଜେଇ ଜବତ କରିଛି ପୋଲିସ । ଗଞ୍ଜେଇ ଗଜପତି ମୋହନାରୁ କୋଲକାତା ଚାଲାଣ ହେଉଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.