Below header

ଚାନ୍ଦବାଲି ଖଦାଳପୋଖରୀ ପଂଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ୍ ଖଦାଳପୋଖରୀ ପଂଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ। ଅଭିଯୋଗ କରିଛନ୍ତି ପଂଚାୟତର ବ୍ରହ୍ମଟିକ୍ରି ବାସିନ୍ଦା । ଏହି ଦୁର୍ନୀତି ରେ ଜିଆରଏସ୍ ଓ କନିଷ୍ଠ ଯନ୍ତ୍ରୀଙ୍କ ସଂପ୍ରୁକ୍ତି ଥିବା ନେଇ ମଧ୍ଯ ଅଭିଯୋଗ ଆସିଛି । ତେବେ ପ୍ରବାସୀ ଓଡିଆମାନେ ମନରେଗାରେ କାମ କରିବେ ବୋଲି ସରକାର ଘୋଷଣା କରିଥିଲେ କିନ୍ତୁ ଏହାର ବ୍ଯତିକ୍ରମ ଦେଖିବାକୁ ମିଳିଛି ଏହି ପଂଚାୟତରେ ।

ଅଭିଯୋଗ ମୁତାବକ ଖଦାଳପୋଖରୀ ପଂଚାୟତର ବ୍ରହ୍ମଟିକ୍ରି ଗାଁରେ ମହାତ୍ମା ଗାନ୍ଧି କର୍ମ ନିଯୁକ୍ତି ଯୋଜନାରେ ନୂଆ ପୋଖରୀର ପୁର୍ନଉଦ୍ଧାର କାର୍ଯ୍ଯ କରାଯାଇଛି । ହେଲେ ଏହି କାମରେ କୌଣସି ପ୍ରବାସୀ କାମ ପାଇନଥିବାବେଳେ ପାଖାପାଖି ୩୫ଜଣଙ୍କ ନାଁରେ ମିଛ ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗ ହୋଇଛି ।

pokhariଏମିତିକି ବ୍ରହ୍ମଟିକ୍ରି ଗାଁର ବୟଷ୍କ,ମହିଳା ଯେଉଁମାନଙ୍କ ନାଁରେ ମନରେଗାରେ ମାଟି କାମ କରିନାହାନ୍ତି ତାଙ୍କ ନାରେ ଟଙ୍କା ଉଠାଯାଇଛି । ତେବେ ଏ ବିଷୟରେ ଚାନ୍ଦବାଲି ବିଡିଓଙ୍କୂ ମଧ୍ଯ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ହେଲେ ତଦନ୍ତ କରାଯାଉନଥିବାରୁ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.