ଆଜି ଭାରତୀୟ ବଜାରରେ ଲଞ୍ଚ ହେଲା Samsung Galaxy A21s, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ସାଉଥ୍ କୋରିଆର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ୍ ଭାରତୀୟ ବଜାରରେ ଗାଲାକ୍ସୀ ସିରିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। Samsung Galaxy A21s ସ୍ମାର୍ଟଫୋନ କମ୍ ଦାମ ହୋଇଥିବା ସହ ଫୋନରେ ଜବରଦସ୍ତ ଫିଚର୍ସ ସାମିଲ କରାଯାଇଛି। ପାଓ୍ଵାରଫୁଲ ବ୍ୟାଟେରୀ ଏବଂ ୪୮ ମେଗାପିକ୍ସେଲ କ୍ୱାଡ କ୍ୟାମେରା ସେଟଅପ ହେବ। ଏହି ଫୋନକୁ ଆପଣ ଅନଲାଇନ ଏବଂ ଅଫଲାଇନ ଉଭୟ ଷ୍ଟୋରରୁ କିଣିପାରିବେ। ଯଦି ଏହି ଦମଦାର ଫୋନର ଦାମ୍‌ ୧୭ ହଜାରୁ ୨୧ ହଜାର ରହିଛି ବୋଲି ଜଣାପଡିଛି।

phone

ଏହି ଫୋନ 2.0GHzରେ କ୍ଲକ କରାଯାଇଥିବା ଆକ୍ଟୋକର ଚିପସେଟ ସହିତ ଆସିଥାଏ। ଫୋନରେ ୬.୫ ଇଞ୍ଚର ଇନଫିନିଟି- ଡିସପ୍ଲେ ଏବଂ ୫,୦୦୦ ଏମଏଚଏ ପାଓ୍ଵାରଫୁଲ ବ୍ୟାଟେରୀକୁ ସାମିଲ କରାଯାଇଛି। ଏହି ଲାଟେଷ୍ଟ ସାମସଙ୍ଗ ଫୋନରେ Android 10ବେସଡ୍ OneUI Core ଦିଆଯାଇଛି। ଏହି ଦୁଇଟି ଷ୍ଟୋରେଜ ଭେରିୟଣ୍ଟରେ ଲଞ୍ଚ କରାଯାଇଛି। ବେସ ଭେରିୟଣ୍ଟରେ ୪GB ରାମ ଏବଂ ୬୪GB ଷ୍ଟୋରେଜ ଦ୍ୱିତୀୟ ଭେରିୟଣ୍ଟରେ ୬GB ରାମ ଏବଂ ୬୪GB ଷ୍ଟୋରେଜର ସୁବିଧା ହେବ।

333

ଏହି ଫୋନ କ୍ୱାଡ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି। ସର୍ବପ୍ରଥମେ ପ୍ରାଇମେରୀ କ୍ୟାମେରା ସେଟଅପ ଉପରେ ନଜର ପକାଇବା ତ ଏଥିରେ ୪୮ ମେଗାପିକ୍ସେଲର ମେନ କ୍ୟାମେରା ସେନସନର, ୮ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ୍ ସେନସର, ୨ ମେଗାପିକ୍ସେଲର ମାଇକ୍ରୋ ସେନସର ଦିଆଯାଇଛି। ସେଲଫି ପାଇଁ ଫୋନର ଫ୍ରଣ୍ଟ କ୍ୟାମେରା ୧୩ ମେଗାପିକ୍ସେଲର ପଞ୍ଚ ହୋଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଅର୍ଥାତ ଗ୍ରାହକଙ୍କୁ ମିଡ-ରେଞ୍ଜ ଫୋନରେ ମୋଟ ୫ କ୍ୟାମେରା ଦିଆଯାଇଛି। ଫୋନର ସେନସରରେ ଫିଙ୍ଗରପ୍ରିଣ୍ଟ ସେନସର ମଧ୍ୟ ସାମିଲ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.