ବିଷ ପିଇଦେଲେ ପ୍ରେମୀ ଯୁଗଳ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ପୁରୀ(କେନ୍ୟୁଜ୍): ପ୍ରେମୀ ଯୁଗଳଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବାପରେ ପ୍ରଥମ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ଯପଟେ ପ୍ରେମୀ ଯୁଗଳଙ୍କ ସଠିକ୍ ପରିଚୟ ଏଯାଏ ମିଳିପାରିନାହିଁ।