Below header

ପ୍ରତିବର୍ଷ ବିବାହ ବାର୍ଷିକରେ ରକ୍ତଦାନ କରି ମହନୀୟତାର ପରିଚୟ ସୃଷ୍ଟି କରିଚାଲିଛନ୍ତି ଏହି ଦମ୍ପତି, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଯାଜପୁର ଟାଉନ(କେନ୍ୟୁଜ୍): ବିବାହ ବାର୍ଷିକ ଉତ୍ସବରେ ରକ୍ତଦାନ କଲେ ଦମ୍ପତି । ଯାଜପୁର ବରୀ ଅଂଚଳର ସ୍ୱେଚ୍ଛାସେବୀ ସତ୍ୟରଂଜନ କର ନିଜର ୭ମ ବିବାହ ବାର୍ଷିକ ଉତ୍ସବରେ ନିଜ ପତ୍ନିଙ୍କ ସହିତ ଯାଜପୁର ରେଡକ୍ରସରେ ରକ୍ତଦାନ କରିଥିଲେ । ତାଙ୍କ ସହିତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରତିବର୍ଷ ସତ୍ୟରଂଜନ ନିଜର ବିବାହ ବାର୍ଷିକରେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ଜନ୍ମ ଦିନ,ଏକାଦଶାହ ଭଳି କାର୍ଯ୍ୟକ୍ରମରେ ରକ୍ତଦାନ କରି ଅନ୍ୟର ଜୀବନ ବଂଚାଇବା ପାଇଁ ପ୍ରେରଣା ଯୋଗାଉଛନ୍ତି । ଆଜି ଏଭଳି ଏକ ମହତ କାର୍ଯ୍ୟକ୍ରମରେ ଯାଜପୁର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ସାମିଲ ହୋଇ ସତ୍ୟରଂଜନଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ବଧେଇ ଜଣେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.