ଶୋଇଥିବା ବେଳେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ବୀଭତ୍ସ ହତ୍ୟାକାଣ୍ଡ। ଶୋଇଥିବା ବେଳେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ। ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର। ଗୁରୁତର ଅବସ୍ଥାରେ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ସ୍ବାମୀ ହରେକୃଷ୍ଣ ପୃଷ୍ଟି।

ସାଲେପୁର (କେନ୍ୟୁଜ): ଶୋଇଥିବା ବେଳେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ହରେକୃଷ୍ଣ ପୃଷ୍ଟି । ପତ୍ନୀ ଅନ୍ନପୂର୍ଣ୍ଣାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ହରେକୃଷ୍ଣ ଓ ଅନ୍ନପୂର୍ଣ୍ଣାଙ୍କ ଏକ ଜଳଖିଆ ଦୋକାନ ରହିଛି।

ଗତକାଲି ରାତିରେ ଉଭୟ ଦୋକାନରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଦୁଇ ଜଣଙ୍କୁ ହାଣି ଫେରାର ହୋଇଯାଇଛନ୍ତି। କିଏ ଓ କାହିଁକି ଆକ୍ରମଣ କଲା ସେନେଇ ପୋଲିସ ତଦନ୍ତ ଜାରି ରହିଛି। ସାଲେପୁର ଥାନା ଅଧିକାରୀ, ଏସଡିପିଓ ସାଲେପୁର ଏବଂ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଗତ ୨୪ ତାରିଖ ଦିନ ମଧ୍ୟ ଜନିଆଁ ବଜାରରେ ବ୍ୟବସାୟୀ ଦୋଳଗୋବିନ୍ଦ ଦାସଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଗତ ୧୫ ଦିନ ଭିତରେ ଦୁଇ ଦୁଇଟି ହତ୍ୟାକାଣ୍ଡକୁ ନେଇ ବ୍ୟବସାୟୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।