Below header

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଅଖ-ଚକ ସବୁ ଠପ୍‌

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ। ଦୁଇ ସରକାରୀ ମହିଳା ଅଧିକାରୀଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦିଆଯାଇଛି।

ସୁନ୍ଦରଗଡ଼ (କେନ୍ୟୁଜ): ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯାହାଫଳରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ସୁନ୍ଦରଗଡ଼ ସହକାରୀ ଜିଲ୍ଲାପାଳ ରଶ୍ମିତା ମିଞ୍ଜ ଓ ଏଏସ୍‌ଆଇ ଆଲିଶା ଲୁଗୁନ୍‌ଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ଦୁଇ ସରକାରୀ ମହିଳା ଅଧିକାରୀଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରିବାରେ ପୋଲିସ ଏ ଯାଏଁ ସଫଳ ହୋଇପାରି ନାହିଁ । ଏହି ଦୁଇଟି ଘଟଣାରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ଫଳରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପିର ସୁନ୍ଦରଗଡ଼, ପାନପୋଷ ଓ ବଣାଇଁ ସାଂଗଠନିକ ଜିଲ୍ଲାର ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦିଆଯାଇଛି। ଏଥିପାଇଁ ସମସ୍ତ ଦୋକାନ ବଜାର ପେଟ୍ରୋଲ ପମ୍ପ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଶିକ୍ଷା ଅନୁଷ୍ଠାନ ଓ ଗାଡି ମୋଟର ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.