Below header

ବୈତରଣୀରୋଡ ରେଳ ଷ୍ଟେସନରେ ଟ୍ରେନ ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ

ପୂର୍ବତଟ ରେଳ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ ରେଳ ଷ୍ଟେସନରେ ସ୍ୱାମୀ-ସ୍ତ୍ରୀଙ୍କ ରେଳ ଧକାରେ ମୃତ୍ୟୁ ହୋଇଯାଇଛି ! ମୃତ ଦୁଇ ଜଣ ହେଲେ କୋରେଇ ବ୍ଲକ ବରୁଣ୍ଡେଇ ଗାଁର ଆଶୁତୋଷ ସିନ୍ହା (୭୩) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ସିନ୍ହା ବୋଲି ଜଣାଯାଇଛି।

ଯାଜପୁର ରୋଡ଼ : ପୂର୍ବତଟ ରେଳ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ ରେଳ ଷ୍ଟେସନରେ ସ୍ୱାମୀ-ସ୍ତ୍ରୀଙ୍କ ରେଳ ଧକାରେ ମୃତ୍ୟୁ ହୋଇଯାଇଛି ! ମୃତ ଦୁଇ ଜଣ ହେଲେ କୋରେଇ ବ୍ଲକ ବରୁଣ୍ଡେଇ ଗାଁର ଆଶୁତୋଷ ସିନ୍ହା (୭୩) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ସିନ୍ହା ବୋଲି ଜଣାଯାଇଛି।

ସୂଚନାମୁତାବକ ଆଶୁତୋଷ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବାରିପଦାରେ ରହୁଥିବା ବେଳେ ଦୁର୍ଗାପୂଜା ପାଇଁ ନିଜ ଘରକୁ ବାଲେଶ୍ୱରରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଯୋଗେ ଆସି ବୈତରଣୀ ରୋଡ ରେଳଷ୍ଟେସନ ଓହ୍ଲାଇଥିଲେ ! ଟ୍ରେନ ଲାଇନ ପାର ହୋଇ ଅନ୍ୟ ପ୍ଲାଟଫର୍ମ ଉପରକୁ ଚଢ଼ୁ ଥିବାବେଳେ ବେଳେ ଡାଉନ ଲାଇନରେ ଆସୁଥିବା ମୁଜାଫରପୁର ଏକ୍ସପ୍ରେସ ଉଭୟକୁ ପିଟିଥିଲା । ଫଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଛି !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.