ଆଜି ଗଗନୟାନ ଅଭିଯାନର ପ୍ରଥମ ପରୀକ୍ଷଣ, ମିଶନରେ ୩ ଜଣଙ୍କୁ ୪୦୦ କିମି କକ୍ଷ ପଥକୁ ପଠାଯିବ
ଆଜି ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ । ମହାକାଶକୁ ଉଡ଼ିବାକୁ ପ୍ରସ୍ତୁତ ଦେଶର ପ୍ରଥମ ମାନବ ଅଭିଯାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସରିଛି ସମସ୍ତ ପ୍ରସ୍ତୁତି। ସକାଳ ୮ଟାରେ ଇସ୍ରୋ ଏହାର ଏକକ ଷ୍ଟେଜ୍ ଲିକ୍ୱିଡ୍ ରକେଟ୍ ଉତକ୍ଷେପଣ ମାଧ୍ୟମରେ ପ୍ରଥମ କ୍ରୁ ମଡ୍ୟୁଲ୍ ପରୀକ୍ଷଣ କରିବ।
ନୂଆଦିଲ୍ଲୀ : ଆଜି ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ । ମହାକାଶକୁ ଉଡ଼ିବାକୁ ପ୍ରସ୍ତୁତ ଦେଶର ପ୍ରଥମ ମାନବ ଅଭିଯାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସରିଛି ସମସ୍ତ ପ୍ରସ୍ତୁତି। ସକାଳ ୮:୩୦ରେ ଇସ୍ରୋ ଏହାର ଏକକ ଷ୍ଟେଜ୍ ଲିକ୍ୱିଡ୍ ରକେଟ୍ ଉତକ୍ଷେପଣ ମାଧ୍ୟମରେ ପ୍ରଥମ କ୍ରୁ ମଡ୍ୟୁଲ୍ ପରୀକ୍ଷଣ କରିବ। ଶ୍ରୀହରିକୋଟା ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରୁ ମିଶନର ପ୍ରଥମ ଟେଷ୍ଟ ଭେହିକିଲ ଆବୋର୍ଟ ମିଶନ TV-D1 ପରୀକ୍ଷଣ ହେବ।
ମହାକାଶଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମହାକାଶରେ ସ୍ପେସ୍ ଏଜେନ୍ସି ଦ୍ୱାରା ଏକ ପରୀକ୍ଷଣ କରାଯିବ। ତିନି ଦିନିଆ “ଗଗନାୟନ” ଅଭିଯାନ ପାଇଁ ପୃଥିବୀ କକ୍ଷପଥରେ ୪୦୦ କିଲୋମିଟର ନିମ୍ନ କକ୍ଷପଥରେ ମଣିଷକୁ ମହାକାଶକୁ ପଠାଯିବ। ଏହି ଅଭିଯାନ ମାଧ୍ୟମରେ ମହାକାଶରେ ଯାତ୍ରାରେ ସାମିଲ ହୋଇଥିବା ମହାକାଶଚାରୀଙ୍କୁ ନିରାପଦରେ ପୃଥିବୀକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ। ମହାକାଶକୁ ମଣିଷ ପଠାଯିବା ପୂର୍ବରୁ ମାନବବିହୀନ ଅଭିଯାନ କରାଯିବ । ୨୦୨୫ରେ ମିଶନର ଲଞ୍ଚ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ । ୨୦୩୫ ସୁଦ୍ଧା ଅନ୍ତରୀକ୍ଷରେ ସ୍ପେସ ଷ୍ଟେସନ ନିର୍ମାଣ କରିବ ଭାରତ ।