Below header

ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି, ଆଜୀବନ କାରାଦଣ୍ଡ ଦେଲେ କଟକ ଜିଲ୍ଲା ଓ ଦୌରାଜଜ୍

କଟକ (କେନ୍ୟୁଜ୍) : ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କଟକ ଜିଲ୍ଲା ଓ ଦୌରାଜଜ୍ । ଅଭିଯୁକ୍ତ ବାବୁନା ଓରଫ ଦୁର୍ଗା ପ୍ରସାଦ ଦାଶଙ୍କୁ ଆଜୀବନ କାରାଦଣ୍ଡ, ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୩ ବର୍ଷ ଜେଲ୍ ଓ ବଳାତ୍କାର ମାମଲାରେ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ଶୁଣାଣି ବେଳେ ୨୪ ଜଣ ସାକ୍ଷୀଙ୍କୁ ଜିଲା ଦୌରାଜଜଙ୍କ ଅଦାଲତରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସ୍ୟୁକୁଟର କ୍ଷେତ୍ରମୋହନ ବେହେରା ମାମଲା ପରିଚାଳନା କରୁଥିଲେ । ୨୦୧୩ ସେପଟେମ୍ବର ୨୪ରେ କଟକ ଜିଲ୍ଲା କିଶୋରନଗର ଥାନା ତରିତୋ ଅଞ୍ଚଳରେ ଜଣେ ଯୁବତୀ ସାଇକେଲରେ ଘରକୁ ଫେରୁଥିବା ବେଳେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.