ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୩ଶହ ୬୮ ପଜିଟିଭ୍‌ ଚିହ୍ନଟ, ୭ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୩ଶହ ୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୩.୯୬ ପ୍ରତିଶତ । ଆଜି ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେବଳ ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୩୬ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୨୯.୨୮ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୫୦୫, କଟକ ୯୪୦, ବାଲେଶ୍ୱର ୩୦୪, ବଲାଙ୍ଗିରରୁ ୨୫୩, ସମ୍ବଲପୁରରୁ ୨୪୭ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୨୪ ଘଣ୍ଟାରେ ୭୪ ହଜାର ୨୩୪ କୋଭିଡ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୮୮ ହଜାର ୩୪୬ । ଟିପିଆର ରେଡ ଜୋନରେ ୨୩ ଜିଲ୍ଲା ରହିଥିବା ବେଳେ ଆକ୍ଟିଭ କେସ୍‌ ରେଡ୍‌ ଜୋନରେ ୫ ଜିଲ୍ଲା ରହିଛି । ଆକ୍ଟିଭ କେସର ୨ ପ୍ରତିଶତ ହସପିଟାଲରେ ଭର୍ତ୍ତି ହେଉଛନ୍ତି । ହସପିଟାଲରେ ୯୦ ପ୍ରତିଶତ ବେଡ ଖାଲି ରହିଛି । ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୧ ହଜାର ୯୦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.