ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ୍‌ ଟିକାକରଣ, ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୭୮ହଜାର ୨୨୭ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି ପ୍ରଥମ ଡୋଜ୍‌

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ୍‌ ଟିକାକରଣ । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୭୮ହଜାର ୨୨୭ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପଞ୍ଜିକୃତ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ୍‌ ଡୋଜ୍‌ ଟିକାକରଣ କରାଯିବ । ସେପଟେ କରୋନା ଟିକା ନେବା ପରେ ନୂଆପଡ଼ାରେ ଗତ ୨୩ ତାରିଖରେ ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥିଲା ।

ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ଟିକାକରଣ ନୁହେଁ, ବ୍ରେନ୍‌ ହାମରେଜ୍‌ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.