Below header

କମ୍‌ କ୍ୟାଲୋରୀ ଏବଂ ଏକ୍ସରସାଇଜ୍‌ ସତ୍ତ୍ୱେ ହ୍ରାସ ପାଉନାହିଁ ଆପଣଙ୍କ ଓଜନ? ଜାଣନ୍ତୁ କ’ଣ ରହିଛି ଏହାର କାରଣ

ବର୍ତ୍ତମାନ ସମୟରେ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହେଉଛି ମୋଟାପଣ। ଏହା ପଛରେ ରହିଛି ଅନେକ କାରଣ।  ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଭୁଲ୍‌ ଖାଦ୍ୟପେୟ, ରାତି ଅନିଦ୍ରା, ଚିନ୍ତା ଆଦି କେତେକ କାରଣ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ନିଜକୁ ଫିଟ୍‌ ରଖିବାକୁ ସମସ୍ତେ ଚାହୁଁଥିବା ବେଳେ କିଛି କିଛି ଭୁଲ୍‌ ଯୋଗୁ ସମସ୍ୟା ବଢ଼ିବାରେ ଲାଗୁଛି। କ୍ୟାଲୋରୀ କମ୍‌ ଏବଂ ଏକ୍ସରସାଇଜ ସତ୍ତ୍ୱେ ଲୋକେ ନିଜ ମୋଟାପଣକୁ କମାଇବାରେ ଅସଫଳ ହେଉଛନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ।

ଥାୟରଏଡ୍‌: ମୋଟାପଣର ସବୁଠାରୁ ବଡ଼ କାରଣ ହେଉଛି ଥାୟରଏଡ୍‌। ଯଦି ଆପଣଙ୍କ ଥାୟରଏଡ୍‌ ଠିକ୍‌ ମାତ୍ରାରେ ଥାୟରଏଡ୍‌ ହର୍ମୋନ୍‌ ତିଆରି କରିପାରୁ ନାହିଁ, ତା’ହେଲେ ଆପଣ ମୋଟାପଣର ଶିକାର ହେବେ। ଏଥିସହିତ ଆପଣଙ୍କଠାରେ ଥକ୍କା ଲାଗିବା, ଦୁର୍ବଳ, ଥଣ୍ଡା ଭଳି ଲକ୍ଷଣ ଦେଖିବାକୁ ମିଳିବ।

ମେନୋପୋଜ୍‌: ରିପୋର୍ଟ ମୁତାବକ, ମହିଳାମାନଙ୍କ ଓଜନ ମେନୋପୋଜ୍‌ ସମୟରେ ବଢ଼ି ଯାଇଥାଏ। ବୟସ ବଢ଼ିବା ସହିତ ମେଟାବଲିଜମ୍‌ ଦୁର୍ବଳ ହୋଇଯାଏ, ଯେଉଁ କାରଣରୁ କ୍ୟାଲୋରୀ ବର୍ନ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ମେନୋପୋଜ୍‌ ଯୋଗୁ ଅଣ୍ଟାରେ ଚର୍ବି ବଢ଼ିଯାଇଥାଏ।

health2

ନିଦ ଅଭାବ: ଭଲ ସ୍ୱାସ୍ଥ୍ୟ ପାଇଁ ନିଦ ବହୁତ ଜରୁରୀ। ଡେରି ରାତି ପର୍ଯ୍ୟନ୍ତ ଚେଇଁବା ଏବଂ କିଛି ନା କିଛି ଖାଇ ଚାଲିବା ଦ୍ୱାରା ଆପଣଙ୍କ କ୍ୟାଲୋରୀ ବଢ଼ିଯାଇଥାଏ। ଫଳରେ ଆପଣ ମୋଟାପଣର ଶିକାର ହୋଇଥାଆନ୍ତି।

ଚିନ୍ତା: ଶରୀର ପାଇଁ ଚିନ୍ତା ବହୁତ ହାନିକାରକ ହୋଇଥାଏ। ଚିନ୍ତା ନେବା ଦ୍ୱାରା ଶରୀରରେ କୋର୍ଟିସୋଲ ହରମୋନ ତିଆରି ହୋଇଥାଏ, ଯାହାକି ଆପଣଙ୍କ ଭିତରର ଭୋକକୁ ଆହୁରି ବଢ଼ାଇ ଦେଇଥାଏ। ଚିନ୍ତାରେ ରହିଲେ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ମନ କରିଥାଏ, ଯେଉଁ କାରଣରୁ ଶରୀରରେ କ୍ୟାଲୋରୀ ବଢ଼ି ଯାଇଥାଏ।

ସ୍ମୋକିଂ ଛାଡ଼ିବା: ସ୍ମୋକିଂ ଅଭ୍ୟାସ ଶରୀର ପାଇଁ ହାନିକାରକ ହୋଇଥାଏ। କିନ୍ତୁ ଯଦି ଆପଣ ଏହି ଅଭ୍ୟାସକୁ ପରିତ୍ୟାଗ କରିବାକୁ ଚାହୁଁଛନ୍ତି, ତା’ହେଲେ ଏହି ପ୍ରକ୍ରିୟା ସମୟରେ ଆପଣ ମୋଟାପଣର ଶିକାର ହୋଇପାରନ୍ତି। କିନ୍ତୁ ଏହି ସମସ୍ୟା ସମୟ ସହିତ ଦୂର ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.