Below header

ଟିକା ନେଉଛି ଓଡ଼ିଶା, ଆଜି ହେବ ଟିକାର ରିଭ୍ୟୁ

କେନ୍ୟୁଜ୍(ବ୍ୟୁରେ):  ଟିକା ନେଉଛି ଓଡ଼ିଶା । ଆଜି ହେବ ଟିକାର ରିଭ୍ୟୁ । ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ବି ଟିକା ନେଉଛନ୍ତି । ପାଞ୍ଚଟି ମହାନଗର ନିଗମ, ଏମସ୍‌ ସମେତ ରାଜ୍ୟରେ ୧୬୧ଟି କେନ୍ଦ୍ରରେ ଟିକାକରଣ ହେଉଛି । ଗତକାଲି ପ୍ରଥମ ଦିନରେ ରାଜ୍ୟରେ ୮୪ ପ୍ରତିଶତ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଛି ।

ମୋଟ୍‌ ୧୩ ହଜାର ୭୪୫ ଜଣ ନେଇଛନ୍ତି ଟିକା । ଅନୁଗୋଳ, ବାଲେଶ୍ୱର, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ ଟିକା ନେଇଛନ୍ତି ୬୧୨ ଜଣ । ପ୍ରଥମ ଦିନରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନାହିଁ । ପ୍ରଥମ ଦିନରେ ରାଜ୍ୟରେ ୧୬ ହଜାର ୩୧୪ ଜଣଙ୍କୁ ଟିକା ଦେବା ନେଇ ଲକ୍ଷ୍ୟ ରଖିଥିଲେ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.