ରାଜ୍ୟରେ ପୁଣି ଶୀତର ଲେଉଟାଣି, କାଲୁଆ ପବନ ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ

କେନ୍ୟୁଜ୍(ବ୍ୟୁରୋ):  କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଶୀତର ଲେଉଟାଣି । ବିଶେଷକରି କାଲୁଆ ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡି ଦେଖାଯାଇଛି। ଗତ ୨୪ ଘଣ୍ଟାରେ ୯ଟି ସ୍ଥାନର ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଆସନ୍ତା ଦୁଇ ଦିନ ତାପମାତ୍ରାରେ ସେଭିଳି କିଛି ପରିବର୍ତ୍ତନର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ଘଟିପାରେ । କିନ୍ତୁ ଦେଶର ପୂର୍ବଭାଗରୁ ପବନ ବହିଲେ ସ୍ୱାଭାବିକ ତାପମାତ୍ରା ବୃଦ୍ଧିପାଇବ ବୋଲି ଅନୁମାନ କରାଯାଉଛି। ଉପକୂଳ ଓଡ଼ିଶାରେ ସ୍ୱାଭାବିକ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.