ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ଘଟଣା: ଜାହାଜରୁ ଡେଇଁଲେ କ୍ରୁ ସଦସ୍ୟ

ପାରାଦୀପ- ପିଆଇସିଟି ବର୍ଥ ଜାହାଜରୁ କୋକେନ ଜବତ ଘଟଣା ଏବେ ଏକ ଭିନ୍ନ ମୋଡ଼ ନେଇଛି । ଏମ ଭି ଦେବୀ ପାନ୍ନାମା ଜାହାଜର ଜଣେ ସଦସ୍ଯ ଜାହାଜରୁ ସମୁଦ୍ରକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ବନ୍ଦର ଆଙ୍କରେଜ ଏରିଆରେ ଏହି ଘଟିଛି ଘଟଣା ।

ପାରାଦୀପ (କେନ୍ୟୁଜ): ପାରାଦୀପ- ପିଆଇସିଟି ବର୍ଥ ଜାହାଜରୁ କୋକେନ ଜବତ ଘଟଣା ଏବେ ଏକ ଭିନ୍ନ ମୋଡ଼ ନେଇଛି । ଏମ ଭି ଦେବୀ ପାନ୍ନାମା ଜାହାଜର ଜଣେ ସଦସ୍ଯ ଜାହାଜରୁ ସମୁଦ୍ରକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ବନ୍ଦର ଆଙ୍କରେଜ ଏରିଆରେ ଏହି ଘଟିଛି ଘଟଣା । ଜାହାଜର କ୍ରୁ ସଦସ୍ଯ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । ଜାହାଜରୁ ଖସି ପଡିବା ପରେ ଜାହାଜ ଫ୍ୟାନରୁ ଆଘାତ ଲାଗିଥିବା ଅନୁମାନ କରାଯାଉଛି । ତାଙ୍କୁ ବନ୍ଦର ଚିକିତ୍ସାଳୟରୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ମାମଲାରେ ଏବେ କଷ୍ଟମ୍ ବିଭାଗ ତଦନ୍ତ ଜାରି ରଖିଛି। ତେବେ କ୍ରୁ ମେମ୍ବର ଜଣକ ଆତ୍ମହତ୍ୟା କରିବାକୁ ସମୁଦ୍ରକୁ ଡେଇଁ ପଡ଼ିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଗତ ୨୨ ତାରିଖରେ ପାରାଦୀପରେ ପହଞ୍ଚିଥିଲା ଜାହାଜଟି । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଯାଇଥାନ୍ତା ଡେନମାର୍କ ।  ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.