Below header

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ପୁଣି ସରକାରୀ ଅଫିସରେ ପଞ୍ଝା ମାରିଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା : କେନ୍ଦ୍ରାପଡା ଏସ୍‌ଡିପିଓ ଅଫିସରେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ଦୁଇ ଜଣିଆ ଟିମ୍‌ । ଟିଟୋ ଲିଙ୍କ୍‌ରେ ବିଭିନ୍ନ ସରକାରୀ ଅଫିସର ଓ ଠିକାଦାରଙ୍କୁ ପଚରାଉଚରା । ଟେଣ୍ଡର ଫିକ୍ସିଂକୁ ନେଇ କେନ୍ଦ୍ରାପଡା ପୂର୍ତ୍ତ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି, ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଦ୍ୟାଭୂଷଣ ନାୟକକୁ ପଚରାଉଚରା କରିଛି ଏସ୍‌ଟିଏଫ୍‌ । ପୁରୁଷୋତ୍ତମପୁର ଗାଁର ଠିକାଦାର ରଞ୍ଜନ ଦାସଙ୍କୁ ବି ଜେରା କରାଯାଇଛି । ସେହିପରି ଟିଟୋ ଜୋରଦବରଦସ୍ତ ହାତେଇଥିବା ୩୬ ଗୁଣ୍ଠ ଜମି ମାମଲାରେ ବି ତଥ୍ୟ ସଂଗ୍ରହ କରିଛି ଏସ୍‌ଟିଏଫ୍‌ ।

ସେପଟେ ଟିଟୋର ଚୋରା ଗୋରୁ ଚାଲାଣ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଏସଟିଏଫ୍‌ । ରାଜ୍ୟ ତଥା ଦେଶ ବାହାରକୁ କିଭଳି ଗୋରୁ ଚାଲଣ କରୁଥିଲା ? କିଏ ସହଯୋଗ କରୁଥିଲା ? ବର୍ଷ ବର୍ଷ ଧରି ପୋଲିସ ଜାଣତରେ କାରବାର ଚାଲିଥିଲା କି ? ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି ଏସଟିଏଫ୍‌ । ଗତକାଲି ଟିଟୋ ଗୋରୁ ଚାଲାଣର ମୁଖ୍ୟ ବଟୁ ପାଣିକୁ ଗିରଫ କରାଯାଇଥିଲା । କିଛି ଦିନର ନିରବତା ପରେ ଗ୍ୟାଙ୍ଗଷ୍ଟର ଲିଙ୍କ୍‌ର ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.