Below header

ଭୁବନେଶ୍ୱର ଫେରିଲା ଓଡିଶା ଅଗ୍ନିଶମ ବିଭାଗର ଦ୍ୱିତୀୟ ଟିମ୍‌ : କେରଳରେ ଉଦ୍ଧାର କାର୍ଯ୍ୟରେ ଥିଲେ ନିୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱର ଫେରିଲା ଓଡିଶା ଅଗ୍ନିଶମ ବିଭାଗର ଦ୍ୱିତୀୟ ଟିମ୍‌ । ଗତ ୧୯ ତାରିଖଠାରୁ କେରଳ ଯାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ଅଗ୍ନିଶମ ବିଭାଗର ୨୪୦ ଜଣ କର୍ମଚାରୀ । ଯେଉଁଥିରେ ଥିଲେ ୨୨୫ ଜଣ ଅଗ୍ନିଶମ କର୍ମଚାରୀ ଓ ୧୫ ଜଣ ସୁପରଭାଇଜର । କେରଳର ଦୁଇଟି ଜିଲ୍ଲାରେ ପ୍ରାୟ ୫ହଜାର ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଉଦ୍ଧାର କାଯ୍ୟର୍ରେ ୭୫ଟି ଲାଇଭ ସେପ୍ଟି ବୋଟ ସହ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇଥିଲା । ତେବେ ଉଦ୍ଧାର ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା ବୋଲି କହିଛନ୍ତି ଅଗ୍ନିଶମ କର୍ମଚାରୀ । ଗତକାଲି ସନ୍ଧ୍ୟାରେ ଏକ ଟିମ୍‌ କେରଳରୁ ଫେରିଥିଲା । ଅଗ୍ନୀଶମ ବିଭାଗର ଦୁଃସାହସିକ କାଯ୍ୟର୍କୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.