ନବ ଦାସ ହତ୍ୟାର ଅଭିଯୁକ୍ତ ଗୋପାଳ ଦାସକୁ ଆଉ ୪ ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ, ସତ ଉଗାରୁଛି କିଲର ଏଏସଆଇ

କେନ୍ୟୁଜ୍(ବ୍ୟୁରୋ):  ସତ ଉଗାରୁଛି କିଲର ଏଏସଆଇ । ନବ ଦାସ ହତ୍ୟାର ଅଭିଯୁକ୍ତ ଗୋପାଳ ଦାସକୁ ଆଉ ୪ ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଗତକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ଚାଲିଛି । ଅଭିଯୁକ୍ତର ଲେୟର୍ଡ ଭଏସ୍‌ ଆନାଲିସିସ୍‌ ବା ଏଲଭିଏ ଟେଷ୍ଟ ଓ ସାଇକୋଲୋଜିକାଲ୍‌ ଆସେସମେଣ୍ଟ ବି କରାଯାଇଛି । ଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ୍‌ ଫୋରେନସିକ୍‌ ସାଇନ୍ସ ଲାବ୍‌ ଟିମ୍‌ ବିଶେଷଜ୍ଞଙ୍କ ସହାୟତାରେ ଝାରସୁଗୁଡ଼ାରେ LVA ଟେଷ୍ଚ କରାଉଛି କ୍ରାଇମବ୍ରାଞ୍ଚ । ଏହି ଦୁଇଟି ପରୀକ୍ଷା ଦ୍ୱାରା ଜଣା ପଡ଼ିବ ଗୋପାଳ କେତେ ସତ କହୁଛି ଓ କେତେ ମିଛ । LVAରେ ଗୋପାଳର ସ୍ୱରକୁ ଅନୁଧ୍ୟାନ କରାଯାଉଛି ।

 

LVA ଟେଷ୍ଟ ଦ୍ୱାରା ଜଣେ ବ୍ୟକ୍ତିର ସ୍ୱରକୁ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ପରୀକ୍ଷା କରାଯାଏ । ଅଭିଯୁକ୍ତର ସ୍ୱରରେ କେତେ ସମ୍ବେଦନଶୀଳତା ଓ କିଛି ଚାପ ରହିଛି କି ନାହିଁ ଜାଣି ହେବ । ଏକ ଅତ୍ୟାଧୁନିକ କମ୍ପୁଟର ସଫ୍ଟେଓ୍ଵୟାର ଜରିଆରେ ଏହି ପରୀକ୍ଷା କରାଯାଇଛି । ସେହିପରି ଫୋରେନସିକ୍‌ ସାଇକୋଲୋଜିକାଲ୍‌ ଆସେସମେଣ୍ଟରେ ଗୋପାଳର ଆଚରଣ, ବ୍ୟକ୍ତିତ୍ୱ ଓ ସାମଗ୍ରିକ ମାନସିକତାକୁ ଆକଳନ କରାଯାଇଛି । ସେହିପରି ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଗଠନ କରାଯାଇଛି ସ୍ୱତନ୍ତ୍ର ମେଡିକାଲ୍‌ ବୋର୍ଡ । ଅନ୍ୟପଟେ ପାଇଖାନା ଟାଙ୍କିରୁ ଜବତ ହୋଇଥିବା ୨୨ ପୃଷ୍ଠା କାଗଜର ଯାଞ୍ଚ ପାଇଁ ପଠାଯାଇଛି ହ୍ୟାଣ୍ଡ ରାଇଟିଂ ବ୍ୟୁରୋ । ପ୍ରଥମ ପର୍ଯ୍ୟାୟ ଜେରା ବେଳେ ଗୋପାଳ ଦୋଷ ସ୍ୱୀକାର କରିଥିବା ବେଳେ ନବ ଦାସଙ୍କୁ ହତ୍ୟାର କାରଣ କହୁନି । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ମର୍ଡର ଥିଓରୀର ସତ ବାହାର କରିବ କ୍ରାଇମବ୍ରାଞ୍ଚ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.