କେମିତି ଓ କେଉଁ ପରିସ୍ଥିତିରେ ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍ କମ୍ପ୍ରେସର ? ଖୋଳତାଡ ଚଳାଇଛି ଇଟାମାଟି ଥାନା ପୋଲିସ
ନୟାଗଡ଼(କେନ୍ୟୁଜ୍): ନୟାଗଡ଼ରେ ଗ୍ୟାସ ପାଇପ୍ କମ୍ପ୍ରେସର ଫାଟି ୨ ଶ୍ରମିକଙ୍କର ମୃତ୍ୟୁ ଘଟଣାର ଖୋଳତାଡ । କେମିତି ଓ କେଉଁ ପରିସ୍ଥିତିରେ ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍ କମ୍ପ୍ରେସର ? ଇଟାମାଟି ଥାନା ପୋଲିସ ତଦନ୍ତ ଚଳାଇଛି । ଗତକାଲି ସୁନାଲଟି ନିକଟରେ ଗ୍ୟାସ୍ ପାଇପ୍ ନିର୍ମାଣ କାମ ଚାଲୁଥିବା ବେଳେ କମ୍ପ୍ରେସର ଫାଟିଥିଲା ।
ଏଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ୩ ଜଣ । ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ମୃତ ଦୁଇ ଶ୍ରମିତ ହେଲେ ମହାରାଷ୍ଟ୍ରର ସୋନୁ ଓ ବିଜୟ ଗାଙ୍ଗୁଲି । ତାଳଚେରରୁ ଶ୍ରୀକାକୁଲମ୍ ଯାଏ ଗ୍ୟାସ ପାଇପ୍ କାମ ହେଉଥିବା ବେଳେ ଏହାର ନିର୍ମାଣ କରୁଛି ଗେଲ୍ ଇଣ୍ଡିଆ ।