Below header

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଦେଶୀ ଓରଫ୍ ଦିଲ୍ଲୀପ ଦାସ ଆହତ

ଗଞ୍ଜାମ : ଖଲିକୋଟ ପୁସ୍ତପୁର ନିକଟରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଦେଶୀ ଓରଫ୍ ଦିଲ୍ଲୀପ ଦାସ ଆହତ ହୋଇଛି । ବିଦେଶୀର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ପ୍ରଥମେ ଖଲିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଦେଶୀ ନାଁରେ ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ୱର ଓ କଟକ ଆଦି ଅଞ୍ଚଳରେ ରହିଛି ୨୦ରୁ ଅଧିକ ଅପରାଧିକ ମାମଲା । ତା’ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇ ରାଉଣ୍ଡ ଗୁଳି, ମୋଟର ସାଇକେଲ, ମୋବାଇଲ ଓ ୧୪ ହଜାର ଟଙ୍କା ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.