ଆଜି ମୁମ୍ବାଇରେ ହେବ ମେକ୍ ଇନ୍ ଓଡ଼ିଶାର ରୋଡ୍ ଶୋ’

ଆଜି ମୁମ୍ବାଇରେ ବିଭିନ୍ନ କଂପାନୀର ମୁଖ୍ୟ ଓ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁମ୍ବାଇରେ ହେବ ମେକ୍ ଇନ୍ ଓଡ଼ିଶାର ରୋଡ୍ ଶୋ’। ଏଥିରେ ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ ।

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ ରହିଛି ୱାନଟୁ ୱାନ ଆଲୋଚନା କାର୍ୟ୍ୟକ୍ରମ । ମେକ ଇନ୍ ଓଡ଼ଶା ରୋଡ୍ ଶୋ’ ପାଇଁ ମୁମ୍ବାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ନିବେଶ ସୁଯୋଗର ପ୍ରଚାର କରିବ ଓଡ଼ିଶା। ମାନୁଫ୍ୟାକଚରିଂ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ଆଲୁମିନିୟମ ଓ ପ୍ଲାଷ୍ଟିକ ଶିଳ୍ପ ପାଇଁ ଓଡ଼ିଶାରେ କ’ଣ ସୁଯୋଗ ରହିଛି? ବର୍ତ୍ତମାନ ମାନୁଫ୍ୟାକଚରିଂ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଦେଶରେ ଅଗ୍ରଣୀ ରାଜ୍ୟ ଓଡ଼ିଶା । ଶିଳ୍ପପତି ଓ ଷ୍ଟାର୍ଟ ଅପ୍ କଂପାନୀଙ୍କୁ ଏ ସଂପର୍କରେ ଅବଗତ କରାଯିବ ।

୨୦୧୬ରେ ଇଣ୍ଡଷ୍ଟ୍ରି ପାର୍ଟନର ଥିବା ସିଆଇଇ ୨୦୧୮ ଆୟୋଜନରୁ ଓହରିଯାଇଛି । CII ଏକଜିଟ୍ ପରେ ଏଣ୍ଟ୍ରି ମାରିଛି ଫେଡେରେସନ ଅଫ ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ FICCI। ମେକ୍ ଇନ୍ ଓଡ଼ିଶା ଆୟୋଜନଠାରୁ ଏହାର ପ୍ରଚାର ପ୍ରସାରରେ ଫିକି ସାହାଯ୍ୟ କରିବ । ମେକ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣ ସଫଳ ହୋଇଥିଲା। ବିଭିନ୍ନ କ୍ଷେତ୍ର ପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ମେଟାଲ ଓ ମାଇନିଂ ପାଇଁ ଥିଲା ପ୍ରାୟ ୯୭ ହଜାର କୋଟି ଟଙ୍କା । ଯେଉଁ ପ୍ରସ୍ତାବ ଆସିଥିଲା, ସେଥିରୁ ପ୍ରାୟ ୬୦ ପ୍ରତିଶତ କାର୍ୟ୍ୟକାରୀର ବିଭିନ୍ନ ପ୍ରକ୍ରିୟା କିମ୍ବା ଅନୁମୋଦନ ଅପେକ୍ଷାରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.