Below header

ଆଜି କରୁଣାନିଧିଙ୍କ ଶେଷକୃତ୍ୟ : ତାମିଲନାଡୁରେ ସରକାରୀ ଛୁଟି ,୭ ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ

ମାରିନା ବିଚରେ ଶେଷକୃତ୍ୟ ଅନୁମତିକୁ ମାଡ୍ରାସ ହାଇକୋର୍ଟ ଖାରଜ

ଚେନ୍ନାଇ : ଚେନ୍ନାଇର ମାରିନା ବିଚରେ ହିଁ ହେବ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ କରୁଣାନିଧିଙ୍କ ଶେଷକୃତ୍ୟ । ଏନେଇ ଚାଲିଥିବା ମାମଲାକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି । ମାରିନା ବିଚରେ ଶେଷକୃତ୍ୟ ହେଲେ କୌଣସି ଅସୁବିଧା ନାହିଁ ବୋଲି କୋର୍ଟରେ ଓକିଲଙ୍କ ପକ୍ଷରୁ କୁହାଯାଇଛି । ମାରିନା ବିଚ୍‌ରେ କରୁଣାନିଧିଙ୍କ ଶେଷକୃତ୍ୟ କରିବାକୁ ତାମିଲନାଡୁ ସରକାର ମନା କରିଥିଲେ । ମୁଖ୍ୟମନ୍ତ୍ରୀ ପଦବୀରେ ଥିବା ବେଳେ ମୃତ୍ୟୁ ହେଲେ ମାରିନା ବିଚ୍‌ରେ ଶେଷକୃତ୍ୟ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହା ପରେ କରୁଣାନିଧିଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସମର୍ଥକମାନେ ଭଙ୍ଗାରୁଜା କରିଥିଲେ । ଆନ୍ନାଦୁରାଇ, ଏମ୍‌.ଜି. ରାମଚନ୍ଦ୍ରନ୍‌ ଓ ଜୟଲଳିତାଙ୍କ ଶେଷକୃତ୍ୟ ମାରିନା ବିଚ୍‌ରେ ହୋଇଥିଲା ।

ଚେନ୍ନାଇର କାବେରୀ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟାରେ କରୁଣାନିଧିଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ କରୁଣାନିଧିଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ତାମିଲନାଡୁରେ ଗଭୀର ଶୋକ ପ୍ରକାଶ ପାଇଛି । ଆଜି ତାମିଲନାଡୁରେ ସରକାରୀ ଛୁଟି ଘୋଷଣା ହୋଇଛି । ସେହିପରି ୭ ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । କରୁଣାନିଧିଙ୍କ ପରଲୋକ ସହ ଦୀର୍ଘ ୬ ଦଶନ୍ଧି ଧରି ତାମିଲ ରାଜନୀତିରେ ଏକ ଯୁଗର ଅନ୍ତ ହୋଇଛି ।

 

କରୁଣାନିଧିଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଦେଶ ଜଣେ ଜନନାୟକଙ୍କୁ ହରାଇଛି । ଆଜି ଶେଷ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇ ଯିବେ । ସେହିପରି ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ଵିଟ୍ କରି ନବୀନ ଲେଖିଛନ୍ତି ଯେ, ଏକ ଯୁଗର ଅବସାନ ହୋଇଛି । ସାମାଜିକ ପରିବର୍ତ୍ତନରେ କରଣାନିଧି ପ୍ରମୁଖ ଭୂମିକା ତୁଲାଇଥିଲେ ବୋଲି ନବୀନ କହିଛନ୍ତି । ବିଜେଡି ପକ୍ଷରୁ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର କରୁଣାନିଧିଙ୍କ ଶେଷକୃତ୍ୟ ବେଳେ ଉପସ୍ଥିତ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.