ଭଦ୍ରକ: ବୈତରଣୀ ଶାଖା ନଦୀ କୋଚିଲାରେ ଖେଳୁଛି ବଉଳା କୁମ୍ଭୀର, ଲୋକେ ଆତଙ୍କିତ

ଭଦ୍ରକ(କେନ୍ୟୁଜ୍):  ବୈତରଣୀ ନଦୀର ଶାଖା ନଦୀ କୋଚିଲାରେ ଭାସୁଛି କୁମ୍ଭୀର। ସ୍ଥାନୀୟ ଲୋକେ ଭୟଭୀତ। ବନବିଭାଗ ପକ୍ଷରୁ ଲୋକଙ୍କ ସଚେତନ କରାଯାଉଛି।

ମିଳିଥିବା ସୂଚନା ମୁତାବକ ଧୁଷୁରୀ ଥାନା ଅଧିନ ବେତାଳିଗାଁ ନିକଟସ୍ଥ ବୈତରଣୀ  ଶାଖା କୋଚିଲା ନଦୀର ଗାନ୍ଧିଘାଟରେ ପୁଣି ଏକ ବଉଳା କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି। ଯାହା ଫଳରେ ଆତଙ୍କିତ ଅ୍ରବସ୍ଥାରେ ଅଛନ୍ତି ନଦୀକୂଳିଆ ଗାଁର ବାସିନ୍ଦା। ଗତକାଲି ସଂଧ୍ୟାରୁ କୁମ୍ଭୀର ସେଠାରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଥିଲେ। ସ୍ଥାନୀୟ ଲୋକ ମାନେ ଧାମନଗର  ବନବିଭାଗକୁ ଖବର ଦେବାପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି। ତେବେ ଏଘଟଣା ନୂଆ ନହେଁ ବୈତରଣୀ ନଦୀରେ ଏମିତି ଅନେକ ଥର କୁମ୍ଭୀର ଭାସୁଥିବାର ଲୋକେ ଦେଖିବାକୁ  ପାଇଛନ୍ତି। ଯେହେତୁ  ଲୋକମାନେ ନଦୀକୁ  ଗାଧୋଇବାକୁ ଯାଆନ୍ତି ତେଣୁ ସେମାନେ ଭୟଭୀତ ଅବସ୍ଥାରେ ରୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.