ଜଣେ ମାଆ ତାର ଛୁଆ କଣ କରିପାରେ ଆପଣ ଏ ଭିଡିଓ ଦେଖିଲେ ଜାଣିପାରିବେ

ଜଣେ ପିଲା ତାର ମାଆ ପାଇଁ ଜୀବନ ଥାଏ। ପିଲାର କିଛି ହେଇଗଲେ ମାଆର ଛାତି ଫାଟିଯାଏ। ଆଉ ମାଆ ସବୁବେଳେ ପିଲାର ଯତ୍ନ ନେଇଥାଏ ଆଉ ବାତ୍ସଲ୍ୟ ମମତାରେ ପିଲାକୁ ଏତିକି ଟିକିଏ ବି ଆଘାତ ଦିଏନା। ମାଆର ଏହି ପ୍ରେମ ଏବଂ ଯତ୍ନ ମଣିଷ ଏବଂ ପଶୁ ଉଭୟଙ୍କ ମଧ୍ୟରେ ସ୍ୱାଭାବକିକ ବା ସମାନ ଥାଏ। ଉଭୟ ନିଜ ପିଳାଙ୍କ ପାଇଁ ବାତ୍ସଲ୍ୟ ମମତା ଢ଼ାଳି ଦିଅନ୍ତି।

ଏବେ ସୋସିଆଲ ମିଡିଆରେ ମାଆ ଓ ଛୁଆଙ୍କର କିଛି ଏମିତି ପ୍ରେମ ଦେଖିବାକୁ ମିଳୁଛି। ଯାହା ଲୋକଙ୍କ ମନ ଜିତିବା ସହିତ ଖୁବ୍‌ ଭାଇରାଲ ହେଉଛି। ଟ୍ଵିଟରରେ ସେୟାର କରାଯାଉଥିବା ଏହି ଭିଡିଓରେ ଗୋଟେ ହାତୀର ଛୁଆ ଦେଖାଯାଉଛି ଯାହାର ଗୋଟେ ଗୋଡ ଏକ ଝୁଲା ଟାୟାର ଭିତରେ ଫସି ଯାଇଛି। ଆଉ ନିଜକୁ ସେଥିରୁ ବାହାର କରିବାକୁ ବାରମ୍ବାର ଟ୍ରାଏ କରୁଛି। କିନ୍ତୁ ବହୁତ ଚେଷ୍ଟା ପରେ ବି ନିଜ ନିଜକୁ ସେ ଟାୟାର ଭିତରୁ ବାହାର କରିପାରୁନାହିଁ। ଆଉ ତାପରେ ଦୂରରେ ଥିବା ମାଆ ଯାହା କଲା ତାହା ସମସ୍ତଙ୍କ ମନ ଜିତୁଛି।

ଏହି ଭିଡିଓକୁ ଗନୁପ୍ରେମ ନାମକ ଏକ ଟ୍ଵିଟର ପେଜରେ ସେୟାର କରାଯାଇଛି। ଭିଡିଓର ଆରମ୍ଭରେ ଆପଣ ଦେଖିପାରିବେ ଯେ ଗୋଟେ ଛୋଟ ହାତୀଟି ଏକ ପାର୍କରେ ଥିବା ଟାୟାର ଝୁଲା ସହ ଖେଳୁଥିଲା। ଖେଳୁ ଖେଳୁ ଛୁଆ ହାତୀର ପଛ ଗୋଡ ଟାୟାର ଭିତରେ ଫସିଯାଉଛି। ଆଉ ଛୁଆ ହାତୀଟି ନିଜକୁ ରକ୍ଷା କରିବାକୁ ବହୁତ ଚେଷ୍ଟା କରୁଛି, ବହୁତ ସମୟ ପର୍ଯ୍ୟନ୍ତ ନିଜକୁ ଟାୟାର ଭିତରୁ ଗୋଡକୁ ନ କରିପାରିବାରୁ ଏକଦମ୍‌ ବ୍ୟସ୍ତ ହୋଇଯାଉଛି।

ନିଜ ଛୁଆକୁ ଏପରି ଅସୁବିଧାରେ ଦେଖି ମାଆ ହାତୀଟି ଧାଇଁ ଆସିଲା ଏବଂ ନିଜ ଛୁଆକୁ ଟାୟାର ଭିତରୁ ବାହାର କରିବାକୁ ଚେଷ୍ଟା କରି ଶେଷରେ ସଫଳ ବି ହେଲା। ଆଉ ଟାୟାର ଭିତରୁ ନିଜ ଛୁଆର ଗୋଡକୁ ବାହାର କରି ମାଆ ହାତୀଟି ଟାୟାରକୁ ଦୂରକୁ ଫୋପାଡି ଦେଉଛି, ଯେଉଁଥିରେ ଛୁଆ ହାତୀର ରାଗ ସ୍ପଷ୍ଟ ବାରି ହୋଇପଡୁଛି।

ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକଙ୍କ ମନ ଜିତୁଛି। ଆଉ ଏ ଭିଡିଓ ହିଁ ଜଣାଇଦେଉଛି ଯେ ସେ ମଣିଷ ହୁଅନ୍ତୁ ଅବା ପଶୁ ମାଆର ସ୍ନେହ ପ୍ରେମ ଭଲପାଇବା ସମସ୍ତଙ୍କ ପାଇଁ ସମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.