ଯାଜପୁର ଜିଲ୍ଲାରେ କାଉ ମଡ଼କ

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲାରେ କାଉ ମଡ଼କ । ଏଠାକାର ଧର୍ମଶାଳା ବ୍ଲକ୍‌ ତରଞ୍ଜିଆ ପଞ୍ଚାୟତରେ ଆଜି କିଛି କାଉ ମରିପଡ଼ିଥିବା ଦେଖାଯାଇଛି । ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ମୃତ କାଉମାନଙ୍କ ଶବ ବ୍ୟବଚ୍ଛେଦ କରାଗଲେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ଏ ନେଇ ସ୍ଥାନୀୟ ଲୋକେ ପ୍ରାଣୀଧନ ଚିକିତ୍ସକଙ୍କୁ ଅବଗତ କରାଇଛନ୍ତି ।

 

Leave A Reply

Your email address will not be published.